Page Nav

HIDE

Grid

GRID_STYLE

Classic Header

Breaking News:

latest

ପୁଣିଥରେ,ନଭେମ୍ବର ମାସରେ PSLV ନାମକ ଉତ୍‌କ୍ଷେପଣ କରିବ ଇସ୍ରୋ।

 ପୁଣିଥରେ,ନଭେମ୍ବର ମାସରେ PSLV ନାମକ ଉତ୍‌କ୍ଷେପଣ କରିବ ଇସ୍ରୋ।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆସନ୍ତା ନଭେମ୍ବର ମାସରେ ଆଉ ଏକ ପିଏସ୍‌ଏଲ୍‌ଭି(ପୋଲାର ସା...

 ପୁଣିଥରେ,ନଭେମ୍ବର ମାସରେ PSLV ନାମକ ଉତ୍‌କ୍ଷେପଣ କରିବ ଇସ୍ରୋ। 

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆସନ୍ତା ନଭେମ୍ବର ମାସରେ ଆଉ ଏକ ପିଏସ୍‌ଏଲ୍‌ଭି(ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ) ରକେଟ ମହାକାଶକୁ ପ୍ରେରଣ କରିବ । ନଭେମ୍ବର ମାସର ପ୍ରଥମ ଦୁଇ ସପ୍ତାହ ଭିତରେ ଏହାର ଉତ୍‌କ୍ଷେପଣ କରାଯିବାକୁ ଯୋଜନା କରାଯାଇଛି ।ଏହା ସାହାଯ୍ୟରେ ଲକଜମବର୍ଗ ସ୍ଥିତ ଏକ କଂପାନି କ୍ଲିଓସ ସ୍ପେସର ୪ଟି ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯିବ। ଏହି ଉପଗ୍ରହଗୁଡିକୁ ଗତ ବର୍ଷ ମଧ୍ୟଭାଗରୁ ତିଆରି କରାଯାଇସାରିଲାଣି । 

ଚଳିତ ବର୍ଷ ଫେବ୍ର୍ରୁଆରୀ ମାସରେ ଏଗୁଡିକୁ ମହାକାଶକୁ ପ୍ରେରଣ କରିବା ଲକ୍ଷ୍ୟରେ ଶ୍ରୀହରିକୋଟା ସ୍ଥିତ ସତୀଶଧାୱନ ମହାକାଶ ଗବେଷଣା କେନ୍ଦ୍ରକୁ ନିଆଯାଇଥିଲା।ଗତ ମାର୍ଚ୍ଚ ମାସରେ ଏସବୁକୁ ମହାକାଶକୁ ପଠାଇବା ପାଇଁ ପୂର୍ବରୁ ଯୋଜନା ଥିଲା । ହେଲେ କରୋନା ସଂକ୍ରମଣ ଯୋଗୁ ଏଥିରେ ବିଳମ୍ବ ହୋଇଛି ।

No comments