ପୁଣି SBI କଲା ନୁଆ ନିୟମ ! ଏଫଡିରେ ପୁଣି କମାଇଲା ସୁଧ ଦର। ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ପୁଣି ଝଟକା ଦେଇଛି ଏଫଡିରେ ସୁଧ ...
ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ପୁଣି ଝଟକା ଦେଇଛି ଏଫଡିରେ ସୁଧ ଦର କମ୍ କରିଦେଇଛି । ଏସବିଆଇ ୨ କୋଟି ଟଙ୍କାରୁ କମ୍ ରିଟେଲ୍ ଡୋମେଷ୍ଟିକ୍ ଟର୍ମ ଡିପୋଜିଟରେ ସୁଧ ୧-୨ ବର୍ଷର ଅବଧିରେ ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଦେଇଛି ।
ଅର୍ଥାତ୍ ଏବେ ଏସବିଆଇର ଏଫଡି ମିଳୁଥିବା ଫାଇଦା କମିଯିବ । ନୂଆ ସୁଧ ଦର ୧୦ ସେପ୍ଟେମ୍ବରରୁ ଲାଗୁ ହେବ । ଏହା ପୂର୍ବରୁ SBI ୨୭ ମେରେ ଫିକ୍ସ୍ଡ ଡିପୋଜିଟ ସୁଧ ଦର ହ୍ରାସ କରିଥିଲା ।
ସିନିୟର ସିଟିଜେନଙ୍କୁ ୫ ବର୍ଷ କିମ୍ବା ଅଧିକ ଅବଧି ପାଇଁ ରିଟେଲ୍ ଟର୍ମ ଡିପୋଜିଟରେ ୩୦ ବେସିସ୍ ପଏଣ୍ଟ୍ସର ଅତିରିକ୍ତ ପ୍ରିମିୟମ୍ ମିଳିବ । ଏସବିଆଇ ୱିକେୟାର ଜମା ଯୋଜନା ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ।


No comments