Page Nav

HIDE

Grid

GRID_STYLE

Classic Header

Breaking News:

latest

ଦିଗ୍ଗଜ ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା। କରୋନା କାରଣରୁ ତାଙ୍କୁ ଅକ୍ଟୋବର ୧୪ ତାରିଖରେ ଲସ୍‌ ଏଞ୍ଜେଲିସ ଯିବାକୁ ଥିବା ଯୋଜନା ବାତିଲ କରିବାକୁ ପଡିଲା।

ଦିଗ୍ଗଜ ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା। କରୋନା କାରଣରୁ ତାଙ୍କୁ ଅକ୍ଟୋବର ୧୪ ତାରିଖରେ ଲସ୍‌ ଏଞ୍ଜେଲିସ ଯିବାକୁ ଥିବା ଯୋଜନା ବାତିଲ କରିବାକୁ ପଡିଲା। କୁ...

ଦିଗ୍ଗଜ ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା। କରୋନା କାରଣରୁ ତାଙ୍କୁ ଅକ୍ଟୋବର ୧୪ ତାରିଖରେ ଲସ୍‌ ଏଞ୍ଜେଲିସ ଯିବାକୁ ଥିବା ଯୋଜନା ବାତିଲ କରିବାକୁ ପଡିଲା।
କୁମାର ସାନୁ ବୁଧବାର ଦିନ ତାଙ୍କ ପରିବାରକୁ ଭେଟିବାକୁ ଆମେରିକା ଯାଇଥାନ୍ତେ। ଏକ ସୁତ୍ରରୁ ଜଣାପଡ଼ିଛି ସେ, ଲକଡାଉନ ସମୟରେ କୁମାର ସାନୁ କ୍ରମାଗତ ଭାବେ କାମ କରୁଥିଲେ।

ଗତ ୯ ମାସ ହେବ ନିଜ ପରିବାର ଲୋକଙ୍କ ପାଖକୁ ଯାଇନାହାନ୍ତି କୁମାର ସାନୁ। ଆସନ୍ତା ସପ୍ତାହରେ ନିଜ ପରିବାର ପାଖକୁ ଯାଇଥାନ୍ତେ ବୋଲି ଯୋଜନା କରିଥିଲେ। ବର୍ତ୍ତମାନ କରୋନା ସଂକ୍ରମିତ ଜାଣିବା ପରେ ଆଉ ପରିବାର ପାଖକୁ ଯାଇପାରିବେ ନାହିଁ। ଦେହ ସୁସ୍ଥ ହେବା ପରେ ନିଜ ପରିବାର ଲୋକଙ୍କୁ ଭେଟି ପାରିବେ। କୁମାର ସାନୁ କହିଛନ୍ତି କି, “ମୁଁ ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କୁ ଭେଟିବାକୁ ଚାହୁଁଛି।  ଅକ୍ଟୋବର ୨୦ରେ ତାଙ୍କ ସହ ଜନ୍ମଦିନ ପାଳନ କରିବି।”

କୁମାର ସାନୁ ଆହୁରି କହିଛନ୍ତି କି, ଡିସେମ୍ବରରେ ପତ୍ନୀଙ୍କ ଜନ୍ମଦିନ ପାଳନ କରିବା ପରେ ସେ ମୁମ୍ବାଇ ଫେରିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁମାର ସାନୁ ରହୁଥିବା ଫ୍ଲୋରକୁ ବିଏମସି ଦ୍ୱାରା ସିଲ୍ କରାଯାଇଛି। କୁମାର ସାନୁ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି।

No comments