Page Nav

HIDE

Grid

GRID_STYLE

Classic Header

Breaking News:

latest

ଏବେ ଭୁବନେଶ୍ୱର ରେ କରୋନା ସଂକ୍ରମଣ୨୨ ହଜାର ପାଖା ପାଖି ପହଞ୍ଚି ଛି। କ୍ରମାଗତ ଭାବେ ରାଜଧାନୀରେ ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି। ଏହାସହ ରାଜଧାନୀର...

ଏବେ ଭୁବନେଶ୍ୱର ରେ କରୋନା ସଂକ୍ରମଣ୨୨ ହଜାର ପାଖା ପାଖି ପହଞ୍ଚି ଛି।



କ୍ରମାଗତ ଭାବେ ରାଜଧାନୀରେ ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି। ଏହାସହ ରାଜଧାନୀରେ କରୋନା ମୃତ୍ୟୁ ମଧ୍ୟ ବଢ଼ି ଚାଲିଛି। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଜଣେ ୬୦ବର୍ଷର ପୁରୁଷ ଓ ୫୬ବର୍ଷର ମହିଳାଙ୍କ ମୃତ୍ୟୁ ହେବା ପରେ ରାଜଧାନୀରେ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ପହଞ୍ଚିଛି।

ସ୍ଥାନୀୟ ସଂକ୍ରମିତରେ ଶୈଳଶ୍ରୀବିହାରରୁ ୨୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଚନ୍ଦ୍ରଶେଖରପୁର, ପଟିଆ, ରସୁଲଗଡ଼ରୁ ୧୨ ଲେଖାଏଁ, ସହିଦନଗର ୧୩, ପୋଖରୀପୁଟରୁ ୯, ୟୁନିଟ୍‌-୯ ଓ ୟୁନିଟ୍‌-୮ରୁ ୬ଜଣ ଲେଖାଏଁ, ଭିଏସ୍‌ଏସ୍ ନଗର, ନୂଆପଲ୍ଲୀ, ପଳାଶୁଣୀ, ସତସଙ୍ଗ ବିହାର, ସାମନ୍ତରାପୁର, ଜଗନ୍ନାଥ ନଗର, ଝାରପଡ଼ା, ଜାଗମରା, ଗଙ୍ଗନଗର, ଗଣ୍ଡମୁଣ୍ଡା, କଳିଙ୍ଗ ନଗର, ୟୁନିଟ୍‌-୩ ଓ ଅନ୍ୟାନ୍ୟ ଅଞ୍ଚଳରୁ ପୁଳା ପୁଳା ରୋଗୀ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ଚନ୍ଦ୍ରଶେଖରପୁର, ବ୍ରହ୍ମେଶ୍ବରପାଟଣା, ଡୁମୁଡୁମା, ଖଣ୍ଡଗିରି, ଗୌତମ ନଗର, ବରମୁଣ୍ଡା, କାନନ ବିହାର, ସାମନ୍ତରାପୁର, ରବି ଟକିଜ୍ ଛକ, ୟୁନିଟ୍‌-୬, ଶୈଳଶ୍ରୀ ବିହାର, ୟୁନିଟ୍‌-୪ ଓ ଅନ୍ୟ ଅଞ୍ଚଳରୁ ରୋଗୀ ବାହାରିଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୩୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୮,୨୪୮ରେ ପହଞ୍ଚିଛି। ଏବେ ୩୫୩୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

No comments