Page Nav

HIDE

Grid

GRID_STYLE

Classic Header

Breaking News:

latest

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ରନ୍‌ରେ ହରାଇଲା। ଯୁବ ତାରକାଙ୍କ ବଳରେ ହାଇଦ୍ରାବାଦ ୧୬୪/୫ ସ୍କୋର୍‌ କରିବା ପରେ ଚେନ୍ନାଇକୁ ୧୫୭/୫ରେ ସୀମ...

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ରନ୍‌ରେ ହରାଇଲା।



ଯୁବ ତାରକାଙ୍କ ବଳରେ ହାଇଦ୍ରାବାଦ ୧୬୪/୫ ସ୍କୋର୍‌ କରିବା ପରେ ଚେନ୍ନାଇକୁ ୧୫୭/୫ରେ ସୀମିତ ରଖି‌ଦେଇଥିଲା। ହାଇଦ୍ରାବାଦ ପଏଣ୍ଟ୍‌ ଟେବୁଲ୍‌ର ଚତୁର୍ଥକୁ ଉଠିଥିବା ବେଳେ ଚେନ୍ନାଇ ଶେଷ ସ୍ଥାନରେ ସଂଘର୍ଷ କରୁଛି।

କେଦାର ଯାଦବଙ୍କ ବିଫଳତା ଚେନ୍ନାଇକୁ ୪୨/୪ରେ ପହଞ୍ଚାଇ ଦେଇଥିଲା। ମଧ୍ୟକ୍ରମରେ ରସିଦ୍‌ ଖାନ୍‌ଙ୍କ ମିତ୍ତବ୍ୟୟୀ ପ୍ରଥମ‌ ସ୍ପେଲ (୩-୦-୫-୦) ଚେନ୍ନାଇର ରନ୍‌ ହାରକୁ ବାନ୍ଧି ରଖିଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଏବଂ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ୭୨ ରନ୍ ଭାଗୀଦାରି ହୋଇଥିଲା। ୨୫ ବଲରୁ ୨୩ ରନ୍ କରିଥିବା ଜାଦେଜା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ପରବର୍ତୀ ୯ ବଲରୁ ୨୭ ରନ୍ ଯୋଡ଼ି ଅର୍ଥଶତକ ପୂର୍ଣ୍ଣ କରିଥି‌ଲେ। 

୧୯ତମ ଓଭର ବୋଲିଂ କରିବାକୁ ଆସି ଗୋଟିଏ ବଲ୍ ପରେ ଭୁବନେଶ୍ବର କୁମାରଙ୍କ ମାଂଶପେସୀ ଟାଣି ହୋଇଯିବାରୁ ବୋଲିଂ କରିପାରିନଥିଲେ। ଶେଷ ଓଭର ବୋଲିଂ କରିବାକୁ ଥିବା ଖଲିଲ୍ ଅହମ୍ମଦ ଅବଶିଷ୍ଟ ୫ ବଲ ବୋଲିଂ କରିଥିଲେ। ଏହି ଓଭରର ଧୋନି ମଧ୍ୟ କ୍ଲାନ୍ତ ହୋଇପଡ଼ିବାରୁ ବିରାମ ପରେ ଆସି ଛକା ମାରିଥିଲେ। ଶେଷ ଓଭରରୁ ୨୮ ରନ୍ ଆବଶ୍ୟକ ଥିଲା। ଅନଭିଜ୍ଞ ଅବଦୁଲ୍ ସମଦ ବୋଲିଂ କରିବାରୁ ଚେନ୍ନାଇ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା।

ଏହି ସମୟରେ ଦୁଇ ଯୁବ ପ୍ରତିଭା ତଥା ଭାରତୀୟ ୧୯ ବର୍ଷରୁ କମ୍ ଦଳର ସଦସ୍ୟ ଅଭିଷେକ ଶର୍ମା ଏବଂ ପ୍ରିୟମ ଗର୍ଗ ଭଲ ଭାଗୀଦାରି କରିଥିଲେ। ମିଳିତ ଭାବେ ୭ ଓଭରରେ ଏମାନେ ୭୭ ରନ୍ ଯୋଡ଼ିଥିଲେ। ଦୀପକ ଚହରଙ୍କ ବଲରେ ଧୋନିଙ୍କୁ ୱିକେଟ୍ ପଛପଟେ କ୍ୟାଚ୍‌ ଦେଇ ପଞ୍ଜାବୀ ପ୍ରତିଭା ଅଭିଷେକ ଶର୍ମା (୩୧, ୨୪ ବଲ) ଆଉଟ୍ ହୋଇଥିଲେ। ଭାରତୀୟ ଯୁବ ଦଳର ଅଧିନାୟକତ୍ବ କରିଥିବା ଉତ୍ତରପ୍ରଦେଶ ପ୍ରତିଭା ପ୍ରିୟମ ଗର୍ଗ (୫୧*, ୨୬ ବଲ୍‌) ଏବଂ ଜମ୍ମୁ କଶ୍ମୀର ଖେଳାଳି ଅବଦୁଲ ସମଦ୍ (୮*, ୬ ବଲ) ଶେଷ ଦୁଇ ଓଭରରୁ ୧୮ ରନ୍ ଆଦାୟ କରିଥିଲେ। ତେବେ ଶେଷ ୪ ଓଭରରେ ହାଇଦ୍ରାଦାବ ୫୩ ରନ୍ ଯୋଡ଼ିବାରୁ ଲଢ଼ୁଆ ସ୍କୋର୍‌ ଛିଡ଼ା କରିପାରିଥିଲା।

No comments