Page Nav

HIDE

Grid

GRID_STYLE

Classic Header

Breaking News:

latest

ଖୋର୍ଧା ଗ୍ରାମାଞ୍ଚଳ ତୁଳନାରେ ଭୁବନେଶ୍ବରରେ ଏବେ ବି ସଂକ୍ରମଣ ଜାରି ରହିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୩ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୨୧୩ ଜଣ ...

ଖୋର୍ଧା ଗ୍ରାମାଞ୍ଚଳ ତୁଳନାରେ ଭୁବନେଶ୍ବରରେ ଏବେ ବି ସଂକ୍ରମଣ ଜାରି ରହିଛି।



ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୩ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୨୧୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଗ୍ରାମାଞ୍ଚଳରୁ ମାତ୍ର ୮୭ଜଣ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୨୭,୪୪୧କୁ ବୃଦ୍ଧି ପାଇଛି।

ଲୋକାଲ କଣ୍ଟାକ୍ଟସ୍‌ରେ ବରମୁଣ୍ଡା, ପଟିଆ, ଶତାବ୍ଦୀ ନଗର, ଶାସ୍ତ୍ରୀ ନଗର, ଭିଏସ୍‌ଏସ୍‌ ନଗର, ରେଣ୍ଟାଲ କଲୋନି, ନହରକଣ୍ଟା, ଝାରପଡ଼ା, ଜଗନ୍ନାଥ ନଗର, କୋଳଥିଆ, ଚନ୍ଦକା ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ବାହାରିଛନ୍ତି। ସଙ୍ଗରୋଧରୁ ବଡ଼ଗଡ଼, ଆଇଆରସି ଭିଲେଜ, ବମିଖାଲ, ଚିନ୍ତାମଣିଶ୍ବର, ଫରେଷ୍ଟ ପାର୍କ ଅଞ୍ଚଳ, ଝାରପଡ଼ା, ଜାଗମରା, ନୀଳାଦ୍ରି ବିହାର, ପୋଖରୀପୁଟ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ବାହାରିଛନ୍ତି।

ରାଜ୍ୟର ୧୨ପ୍ରତିଶତ କରୋନା ମୃତ୍ୟୁ କେବଳ ଭୁବନେଶ୍ବରରୁ ହିଁ ହୋଇଛି। ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮୩୦କୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୦୭ କରୋନା ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୪,୪୫୦କୁ ବୃଦ୍ଧି ପାଇଛି।

No comments