Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ରାଜଧାନୀଠୁ ଅଧିକ।  ରାଜ୍ୟର ଯେ କୌଣସି ଜିଲ୍ଲାର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟଠାରୁ ମଧ୍ୟ ଅଧିକ। ରାଜଧାନୀରେ ଲଗାତାର ଦୁଇ ଦ...

ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ରାଜଧାନୀଠୁ ଅଧିକ। 



ରାଜ୍ୟର ଯେ କୌଣସି ଜିଲ୍ଲାର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟଠାରୁ ମଧ୍ୟ ଅଧିକ। ରାଜଧାନୀରେ ଲଗାତାର ଦୁଇ ଦିନ ଲାଗି ସଂକ୍ରମଣ ୩ଶହ ତଳକୁ ରହିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୬୮ଜଣ ଥିବା ବେଳେ ୨୦୩ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି।

ଏହାବାଦ୍ ଆଇଆର୍‌ସି ଭିଲେଜ୍, ବରମୁଣ୍ଡାରୁ ୯ ଲେଖାଏଁ, ନୂଆପଲ୍ଲୀ ୮, ପୋଖରୀପୁଟ ୭, ସୁନ୍ଦରପଦା ଓ ପଟିଆରୁ ୬ ଲେଖାଏଁ ଓ ଅନ୍ୟ ଅଞ୍ଚଳରେ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ଆଇଆର୍‌ସି ଭିଲେଜ, ଗୌରୀନଗର, ପୁରୁଣା ଏଜି କଲୋନି, ବମିଖାଲ, ମଧୁସୂଦନ ନଗର, ରସୁଲଗଡ଼, ପୋଖରୀପୁଟ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀରେ ୨୫,୭୩୫କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୨୨,୨୧୦ ରୋଗୀ ସୁସ୍ଥ ହୋଇଛନ୍ତି। 

No comments