Page Nav

HIDE

Grid

GRID_STYLE

Classic Header

Breaking News:

latest

ଦିଲ୍ଲୀ ସର୍ରୋଫା ମାର୍କେଟରେ ବୁଧବାର ସୁନା ୬୩୧ ଟଙ୍କା ହ୍ରାସ ପାଇ ୫୧,୩୬୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

ଦିଲ୍ଲୀ ସର୍ରୋଫା ମାର୍କେଟରେ ବୁଧବାର ସୁନା ୬୩୧ ଟଙ୍କା ହ୍ରାସ ପାଇ ୫୧,୩୬୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ଏଚଡିଏଫସି ସିକ୍ୟେରିଟିଜ୍ ଅନୁସାରେ ଆମେରିକୀୟ ଡଲାର ତୁ...

ଦିଲ୍ଲୀ ସର୍ରୋଫା ମାର୍କେଟରେ ବୁଧବାର ସୁନା ୬୩୧ ଟଙ୍କା ହ୍ରାସ ପାଇ ୫୧,୩୬୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।
ଏଚଡିଏଫସି ସିକ୍ୟେରିଟିଜ୍ ଅନୁସାରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମଜଭୁତ ହେବା ଯୋଗୁଁ ସୁନା ଦାମ୍ ହ୍ରାସ ପାଇଛି । ଦିଲ୍ଲୀ ସର୍ରୋଫା ମାର୍କେଟରେ ବୁଧବାର ସୁନା ୬୩୧ ଟଙ୍କା ହ୍ରାସ ପାଇ ୫୧,୩୬୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

ରୂପା ଦାମ୍ ୧୬୮୧ ଟଙ୍କା ଖସିବା ପରେ ୬୨,୧୫୮ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ପୂର୍ବ ରେଟ୍ ଅନୁସାରେ ଏହା ୬୩,୮୩୯ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା । ଆମେରିକୀୟ ଡଲାର ତୁଳନାରେ ଟଙ୍କା ୪ ଟଙ୍କା ମଜଭୁତ ହୋଇଛି । ବୁଧବାର ଏକ ଡଲାର ଦାମ୍ ୭୩.୩୧ ଟଙ୍କା ରହିଛି । ଅନ୍ତର୍ଜାତୀୟ ବଜାରରେ ସୁନା ତୀବ୍ରତାର ସହିତ ୧୮୯୬ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଯାଇଛି । ସେହିଭଳି ରୂପା ଦାମ୍ ୨୪.୧୬ ଡଲାର ପ୍ରତି ଆଉନ୍ସରେ ସ୍ଥିର ଥିଲା ।

No comments