Page Nav

HIDE

Grid

GRID_STYLE

Classic Header

Breaking News:

latest

ବିରାଟଙ୍କ କିଟ୍‌ ବ୍ୟାଗରେ ଏତେ ଜିନିଷ!, ଭିଡିଓ ଭାଇରାଲ

ବିରାଟଙ୍କ କିଟ୍‌ ବ୍ୟାଗରେ ଏତେ ଜିନିଷ!, ଭିଡିଓ ଭାଇରାଲ।  ବର୍ତ୍ତମାନ ସମୟରେ ବିଶ୍ବ କ୍ରିକେଟର ଆଗ ଧାଡ଼ିର ଓ ଖତରନାକ ବ୍ୟାଟସମ୍ୟାନ ହେଉଛନ୍ତି ବିରାଟ କୋହଲି। ଯିଏକି ଚ...

ବିରାଟଙ୍କ କିଟ୍‌ ବ୍ୟାଗରେ ଏତେ ଜିନିଷ!, ଭିଡିଓ ଭାଇରାଲ। 
ବର୍ତ୍ତମାନ ସମୟରେ ବିଶ୍ବ କ୍ରିକେଟର ଆଗ ଧାଡ଼ିର ଓ ଖତରନାକ ବ୍ୟାଟସମ୍ୟାନ ହେଉଛନ୍ତି ବିରାଟ କୋହଲି। ଯିଏକି ଚଳିତ ଆଇପିଏଲ ସିଜିନରେ ଦମଦାର ବ୍ୟାଟିଂ କିରିବା ସହ ଭଲ ଫର୍ମରେ ରହିଛନ୍ତି। ଚଳିତ ଆଇପିଏଲ ସିଜିନରେ ବିରାଟ ୭ଟି ମ୍ୟାଚ୍‌ ଖେଳି ୨୫୬ ରନ୍‌ ସଂଗ୍ରହ କରିଛନ୍ତି। ଏଥିସହିତ ଆରସିବି ପକ୍ଷରୁ ସେ ସର୍ବାଧିକ ରନ୍‌ କରିବା ଖେଳାଳି ହୋଇ ଯାଇଛନ୍ତି। ବିରାଟଙ୍କ ନେତୃତ୍ବାଧୀନ ଆରସିବି ୭ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ଲାଭ କରିଛି। ଏଥିସହିତ ଆରସିବି ଟିମ୍‌ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି।

ବିରାଟ କୋହଲି ପ୍ରାକ୍ଟିସ୍‌ ସେଶନରେ ଅନ୍ୟ ଖେଳାଳୀଙ୍କ ଅପେକ୍ଷା ଅଧିକ ଝାଳ ବୁହାଇଥାଆନ୍ତି। ଏଥିପାଇଁ ସେ ଫିଟ୍‌ ଆଥଲେଟ୍‌ ମଧ୍ୟରୁ ଜଣେ। ପ୍ରାକ୍ଟିସ୍‌ ସେସନ ସମୟରେ ବିରାଟ ଏକ ଭିଡିଓ ବନେଇଛନ୍ତି ଯାହା ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଆରିସିବି ପକ୍ଷରୁ ସୋଶିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଯେଉଁଥିରେ ବିରାଟ ତାଙ୍କ କିଟ୍‌ରେ କଣ ନିଅନ୍ତି ତାହା ସେ ଭିଡିଓରେ ଦେଖିବାକୁ ମିଳିଛି।

No comments