ଦେଶର ଟେଲିକମ୍ ଶିଳ୍ପରେ ବିପ୍ଳବ ଆଣିଥିବା ମୁକେଶ ଅମ୍ବାନିଙ୍କ ଜିଓ ଗ୍ରାହକଙ୍କୁ ଯୋଗାଇ ଦେବେ ୨୫୦୦ ଟଙ୍କିଆ ୫ ଜି ଫୋନ। ଏବେ ୨ଜି ଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍...
ଏବେ ୨ଜି ଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ନଜରରେ ରଖି କମ୍ପାନି ଏହି କମ୍ ମୂଲ୍ୟର ୫ଜି ଫୋନ୍ ଆଣିବ। ପ୍ରଥମେ ଏହି ଫୋନର ମୂଲ୍ୟ ୫ ହଜାର ଟଙ୍କା ରହିବ। ତେବେ ବିକ୍ରି ବଢ଼ିବା ପରେ ଏହାର ମୂଲ୍ୟ ଧୀରେ ଧୀରେ ଅଢ଼େଇ ହଜାରରୁ ତିନି ହଜାର ଟଙ୍କା ସ୍ତରକୁ ଖସିଆସିବ। କମ୍ପାନିର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶରେ ଏବେ ୨୦ କୋଟିରୁ ୩୦ କୋଟି ପର୍ଯ୍ୟନ୍ତ ଲୋକ ୨ଜି ଫୋନ୍ ବ୍ୟବହାର କରୁଛନ୍ତି।
କମ୍ପାନିର ୪୩ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନି ଭାରତକୁ ୨ଜି ଫୋନ୍ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଜିଓ ପ୍ଲାଟଫର୍ମରେ ଗୁଗୁଲ୍ ୭.୭ ପ୍ରତିଶତ ଅଂଶଧନ କିଣିବ ବୋଲି ଘୋଷଣା କରିସାରିଛି। ଏଥିପାଇଁ ଆମେରିକୀୟ କମ୍ପାନି ୩୩,୭୩୭ କୋଟି ଟଙ୍କା ନିବେଶ କରିବ। ଜିଓ ଓ ଗୁଗୁଲ୍ ମଧ୍ୟରେ ଏହି ସହଭାଗିତା ଫଳରେ ଉଭୟ ମିଶି ଭାରତରେ ଶସ୍ତା ଆଣ୍ଡ୍ରଏଡ ଫୋନ ନିର୍ମାଣ କରିବେ ବୋଲି ଆଶା କରାଯାଉଛି।


No comments