ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲଗାତର ଭାବେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୦୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ...
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୦୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୮୫୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୮ହଜାର ୩୬୪କୁ ବୃଦ୍ଧି ପାଇଛି।
ଏଠାରୁ ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ ଅନୁଗୁଳରୁ ୧୨୯, ମୟୂରଭଞ୍ଜରୁ ୧୧୧, ଯାଜପୁରରୁ ୭୩, ସୁନ୍ଦରଗଡ଼ରୁ ୯୯, ନୂଆପଡ଼ାରୁ ୯୦, ବରଗଡ଼ ଓ ବଲାଙ୍ଗୀରରୁ ୭୧ ଲେଖାଏ, କଳାହାଣ୍ଡିରୁ ୬୯, ସୋନପୁରରୁ ୬୮, ଜଗତସିଂହପୁର ଓ ବାଲେଶ୍ବରରୁ ୬୪ ଲେଖାଏ, କେନ୍ଦ୍ରାପଡ଼ାରୁ ୬୧, ନବରଙ୍ଗପୁରରୁ ୬୦, କେନ୍ଦୁଝରରୁ ୫୮, ସମ୍ବଲପୁରରୁ ୫୨, ଝାରସୁଗୁଡ଼ାରୁ ୪୩, କୋରାପୁଟ ଓ ଭଦ୍ରକରୁ ୪୧ ଲେଖାଏ, ନୟାଗଡ଼ରୁ ୪୦, ଢେଙ୍କାନାଳରୁ ୩୮, ଗଞ୍ଜାମ ଜିଲ୍ଲାରୁ ୩୩, କନ୍ଧମାଳରୁ ୩୧, ପୁରୀରୁ ୩୦, ରାୟଗଡ଼ାରୁ ୨୪, ଦେବଗଡ଼ ଓ ମାଲକାନଗିରିରୁ ୨୦ ଲେଖାଏ, ବୌଦ୍ଧରୁ ୧୨ ଓ ଗଜପତିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲରୁ ୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


No comments