Page Nav

HIDE

Grid

GRID_STYLE

Classic Header

Breaking News:

latest

ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜନେତା, ଏଭଳି ସ୍ମୃତିଚାରଣ କଲେ ନେତୃବୃନ୍ଦ

 ୪/୧୦: ପରଲୋକଗତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ତାଙ୍କ ପାର୍ଥ ଶରୀର ପହଞ୍...


 ୪/୧୦: ପରଲୋକଗତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ତାଙ୍କ ପାର୍ଥ ଶରୀର ପହଞ୍ଚିବା ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବିୟୋଗ ପରେ ମହାରଥୀଙ୍କ ସ୍ମୃତିଚାରଣ କରିଛନ୍ତି ବହୁ ନେତା। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ପ୍ରଦୀପ ମହାରଥୀଙ୍କର କୌଣସି ପ୍ରକାରର ଭୟ ନ ଥିଲା। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ତାଙ୍କ ବିୟୋଗ ଦଳ ପାଇଁ ବଡ଼ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ସେ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଦୀପ ମହାରଥୀଙ୍କ କାମକୁ ସେ ବହୁବାର ବିଧାନସଭାରେ ପ୍ରଶଂସା କରିଛନ୍ତି। ସେଦୁହେଁ ମିଶି ବହୁ ଲୋକହିତକର କାର୍ଯ୍ୟ କରିଛନ୍ତି ବୋଲି ସୁରେଶ କୁମାର ରାଉତରାୟ କହିଛନ୍ତି।

No comments