Page Nav

HIDE

Grid

GRID_STYLE

Classic Header

Breaking News:

latest

କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ଦାୟୀ କରାଯାଉଥିଲାବେଳେ ଏବେ ଏହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନିଜେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାର କୁହାଯାଉଛିି ।

କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ଦାୟୀ କରାଯାଉଥିଲାବେଳେ ଏବେ ଏହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନିଜେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାର କୁହାଯାଉଛିି । ହଂକଂ...

କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ଦାୟୀ କରାଯାଉଥିଲାବେଳେ ଏବେ ଏହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନିଜେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାର କୁହାଯାଉଛିି ।
ହଂକଂର କିଛି ମିଡ଼ିଆ ସଂସ୍ଥା ଏନେଇ ରିପୋର୍ଟ ପ୍ରକାଶ କରିବା ପରେ ସମଗ୍ର ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ନିକଟରେ ଚୀନ୍‌ ରାଷ୍ଟ୍ରପତି ହଂକଂ ନିକଟବର୍ତ୍ତର ସେନଜେନ୍‌ ସହରକୁ ଗସ୍ତ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ ତାଙ୍କର ଘନଘନ କାଶ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। 

ଏହି କାରଣରୁ ହିଁ ସେ କରୋନାରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି। ଜିନ୍‌ପିଙ୍ଗ ସେନ୍‌ଜେନ ସ୍ଥିତ ଏକ ସାମରିକ ଘାଟିକୁ ଗସ୍ତରେ ଯାଇଥିଲେ। ଏହାପରେ ବୁଧବାର ସେ ସେନ୍‌ଜେନ ସ୍ଥିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନର ୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଏତେ ଜୋରରେ କାଶ ହୋଇଥିଲା ଯେ ତାଙ୍କୁ ଅଧାରୁ ଭାଷଣ ବନ୍ଦ କରିବାକୁ ପଡିଥିଲା । ଏମିତିକି କାଶ ହେଉଥିବା ସମୟରେ ସେ ହାତରେ ନିଜ ପାଟିକୁ ଚାପି ଧରୁଥିବାର ଲକ୍ଷ୍ୟ କରାଯାଇଥିଲା।

No comments