Page Nav

HIDE

Grid

GRID_STYLE

Classic Header

Breaking News:

latest

ଗ୍ୟାସ ବୁକିଂ ବେଳେ ମିଳିଥିବା ଓଟିପି ଦେଖାଇଲେ ଡେଲିଭରି ମ୍ୟାନ୍ ସଂପୃକ୍ତ ଗ୍ରାହକଙ୍କୁ ଏଲପିଜି ଭର୍ତ୍ତି ସିଲିଣ୍ଡର ହସ୍ତାନ୍ତର କରିବେ।  ଗ୍ୟାସ୍‌ ଚୋରିକୁ ରୋକିବା ...

ଗ୍ୟାସ ବୁକିଂ ବେଳେ ମିଳିଥିବା ଓଟିପି ଦେଖାଇଲେ ଡେଲିଭରି ମ୍ୟାନ୍ ସଂପୃକ୍ତ ଗ୍ରାହକଙ୍କୁ ଏଲପିଜି ଭର୍ତ୍ତି ସିଲିଣ୍ଡର ହସ୍ତାନ୍ତର କରିବେ। 



ଗ୍ୟାସ୍‌ ଚୋରିକୁ ରୋକିବା ପାଇଁ ସରକାରୀ କମ୍ପାନି ଗୁଡ଼ିକ ଏହି ପଦକ୍ଷେପ ନେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ପହିଲାରୁ ଏହି ବ୍ୟବସ୍ଥା ଦେଶର ୧୦୦ଟି ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେବ। ଫଳରେ ଭୁବନେଶ୍ବର ଏବଂ ରାଉରକେଲାରେ ଏହି ଯୋଜନା ଲାଗୁହେବ। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ରାଜସ୍ଥାନର ଜୟପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ୧୦୦ଟି ସ୍ମାର୍ଟସିଟିରେ ଉକ୍ତ ଯୋଜନାର ଅଗ୍ରଗତି ଏବଂ ସଫଳତା ଆଧାରରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରାଯିବ।

ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ୍ ହୋଇ ନଥିଲେ ଏକ ଆପ୍ ମାଧ୍ୟମରେ ଡେଲିଭରି ପର୍ସନ ଏହାକୁ ଅପଡେଟ୍ କରି କୋଡ୍ ‌ଜେନେରେଟ୍ କରିବ। ଯେଉଁ ଗ୍ରାହକଙ୍କ ଠିକଣା ଓ ମୋବାଇଲ ନମ୍ବର ଭୁଲ ରହିଛି ସେମାନେ ଗ୍ୟାସ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ। ଏପରିକି ସେମାନଙ୍କ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯାଇପାରେ। ତେବେ ଏହି ଯୋଜନା ବାଣିଜ୍ୟିକ ସିଲିଣ୍ଡର ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଓଡ଼ିଶାରେ ଦୁଇଟି ସ୍ମାର୍ଟ ସିଟି ଯଥା ଭୁବନେଶ୍ବର ଏବଂ ରାଉରକେଲାରେ ୩ଟି ଯାକ ତେଲ କମ୍ପାନିର ପାଖାପାଖି ୪୫ ଜଣ ବିତରକ ରହିଛନ୍ତି। ଭୁବନେଶ୍ବରରେ ପ୍ରାୟ ୩୪ ଜଣ ଏବଂ ରାଉରକେଲାରେ ୧୧ ଜଣ ବିତରକ ଅଛନ୍ତି।

No comments