Page Nav

HIDE

Grid

GRID_STYLE

Classic Header

Breaking News:

latest

ଅନୁରାଗ ବାସୁଙ୍କର ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି।

ଅନୁରାଗ ବାସୁଙ୍କର ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ସୋମବାର ରିଲିଜ୍‌।   ୨.୪୭ ସେକେଣ୍ଡ ଅବଧିର ସେହି ଭିଡିଓରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଚରିତ୍ରମାନଙ୍କର...

ଅନୁରାଗ ବାସୁଙ୍କର ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ସୋମବାର ରିଲିଜ୍‌। 
୨.୪୭ ସେକେଣ୍ଡ ଅବଧିର ସେହି ଭିଡିଓରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଚରିତ୍ରମାନଙ୍କର କାହାଣୀକୁ ଦର୍ଶାଯାଇଛି । ଟ୍ରେଲରର ଆରମ୍ଭରେ ଅଭିଷେକ ବଚ୍ଚନ ଏକ ଝିଅକୁ ଅପହରଣ କରିନେଇଥିବାବେଳେ ଜଣେ ଲୋକକୁ ସେ ବାବଦରେ ଟଙ୍କା ମାଗୁଥିବା ଦେଖାଯାଉଛି । ଏହି କାମ କରିବା ଲାଗି ଝିଅଟି ତାଙ୍କୁ ଗାଇଡ୍‌ କରୁଛି ।

ଅନ୍ୟପଟେ ଫାତିମା ସନା ଶୈଖ୍‌ ତାଙ୍କ ସ୍ୱାମୀଙ୍କୁ ଜେଲ୍‌ରୁ ଫେରାର ହୋଇଯିବାରେ ସହାୟତା କରିବାକୁ ରାଜକୁମାର ରାଓଙ୍କୁ ଅନୁରୋଧ କରୁଛନ୍ତି । ତାଙ୍କୁ ରାଜକୁମାରଙ୍କ ପୂର୍ବତନ ପ୍ରେମିକା ଭୂମିକାରେ ଦେଖିବାକୁ ମିଳୁଛି । ଏମାନଙ୍କ ବ୍ୟତୀତ ଆଦିତ୍ୟ ରୟ କପୁର, ସାନ୍ୟା ମଲହୋତ୍ରାଙ୍କ ଚରିତ୍ରର କିଛି ଝଲକ ବି ଦର୍ଶକେ ଟ୍ରେଲରରେ ଦେଖିବାକୁ ପାଇବେ। ଫିଲ୍ମଟି ନଭେମ୍ବର ୧୨ ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ।

No comments