ଆଜି ଆଇପିଏଲ୍ର ୩୮ତମ ଲିଗ୍ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିବା ପ...
କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିବା ପରେ କିଙ୍ଗ୍ସ ଏକାଦଶର ମନୋବଳ ଦ୍ୱିଗୁଣିତ ହୋଇଛି । ଅନ୍ୟ ପଟରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା କ୍ୟାପିଟାଲ୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିଛି । ତେଣୁ ଆଜି ଆଉଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଆଶା କରାଯାଉଛି ।
ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ କିଙ୍ଗ୍ସ ଏକାଦଶର ଡବଲ୍ ସୁପର ଓଭର ବିଜୟକୁ ଦର୍ଶକ ଭୁଲି ପାରିନଥିବେ । ଆଇପିଏଲ୍ ଇତିହାସରେ ପ୍ରଥମ ଥର ଡବଲ୍ ସୁପର ଓଭର ଖେଳାଯାଇଥିଲା । ଏଥିରେ କିଙ୍ଗ୍ସ ଏକାଦଶ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଆଜି ଦଳ କ୍ୟାପିଟାଲ୍ସଠୁ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ । ସିଜନର ଦ୍ୱିତୀୟ ଲିଗ୍ ମୁକାବିଲା (ଦୁବାଇ ଗ୍ରାଉଣ୍ଡ)ରେ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ ଏକାଦଶକୁ ପରାସ୍ତ କରିଥିଲା । ପେସ୍ ବୋଲର କାଗିସୋ ରାବାଡ଼ା ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଚଳିତ ସିଜନରେ କ୍ୟାପିଟାଲ୍ସ ୯ଟି ମ୍ୟାଚ୍ରୁ ୭ଟିରେ ବିଜୟୀ ହୋଇ ମୋଟ ୧୪ପଏଣ୍ଟ ସହ ଶୀର୍ଷରେ ରହିଛି। ଦଳର ପ୍ଲେ-ଅଫ୍ ଯୋଗ୍ୟତା ଏକପ୍ରକାର ନିଶ୍ଚିତ ହୋଇସାରିଛି। ସବୁ ବିଭାଗରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ସୁପର କିଙ୍ଗ୍ସ ବିପକ୍ଷ ଶେଷ ମ୍ୟାଚ୍ରେ ଓପନର ଶିଖର ଧାୱନ ଶତକୀୟ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣ କରି ଦେଇଛନ୍ତି।


No comments