Page Nav

HIDE

Grid

GRID_STYLE

Classic Header

Breaking News:

latest

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଭୁବନେଶ୍ୱର ରେ ୨ ଦିନ ପଡ଼ିବ। ଶନିବାର ଓ ରବିବାର ରାଜଧାନୀରେ ବଡ଼ ଅସରା ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେ...

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଭୁବନେଶ୍ୱର ରେ ୨ ଦିନ ପଡ଼ିବ।



ଶନିବାର ଓ ରବିବାର ରାଜଧାନୀରେ ବଡ଼ ଅସରା ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ଅନୁମାନ, ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ହେବ, ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହେବ, ବର୍ଷା ଯୋଗୁଁ ରାସ୍ତାରେ କମ୍‌ ଦୃଶ୍ୟମାନ ସ୍ଥିତି ସୃଷ୍ଟି ହେବ, ରାସ୍ତା ଖସଡ଼ା ହେବାର ଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏପଟେ ରାଜଧାନୀରେ ଯେପରି ଜଳବନ୍ଦୀ ସ୍ଥିତି ନଉପୁଜିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପାଇଁ ପାଣି ପମ୍ପ ମୁତୟନ କରାଯାଇଛି। ଅପରପକ୍ଷେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ହେଁ ବର୍ଷା ହୋଇନଥିଲା।

No comments