Page Nav

HIDE

Grid

GRID_STYLE

Classic Header

Breaking News:

latest

ଜିଏସ୍‌ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। କ୍ଷତିପୂରଣ ରାଶିକୁ ନେଇ ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହେବାର ଆଶଙ୍କା ରହିଛି। କରୋନା ମହାମା...

ଜିଏସ୍‌ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। କ୍ଷତିପୂରଣ ରାଶିକୁ ନେଇ ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହେବାର ଆଶଙ୍କା ରହିଛି।



କରୋନା ମହାମାରୀ ପ୍ରଭାବରେ ଜିଏସ୍‌ଟି କ୍ଷତିପୂରଣ ରାଶି ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଋଣ ଜରିଆରେ ସେହି ରାଶି ରାଜ୍ୟଗୁଡ଼ିକ ପାଇଁ ଯୋଗାଡ଼ କରାଇବେ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ପ୍ରଥମ ବିକଳ୍ପଟି ହେଉଛି ରାଜ୍ୟଗୁଡ଼ିକ ଯଦି ୯୭ ହଜାର କୋଟି ଟଙ୍କାର ଋଣ ନେବାକୁ ଚାହିବେ ତେବେ ତାହା ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ।

କେନ୍ଦ୍ର ସରକାର ‌ସେସ୍‌ ରାଶି ହସ୍ତାନ୍ତର କରିବା ପରେ ସେମାନେ ସେହି ଟଙ୍କାରେ ଋଣ ଶୁଝିବେ। ଦ୍ବିତୀୟ ବିକଳ୍ପଟି ହେଉଛି ୨.୩୭ ଲକ୍ଷ କୋଟି ଟଙ୍କାର ଋଣ ରାଜ୍ୟଗୁଡ଼ିକ ନେଇପାରିବେ। କିନ୍ତୁ ତାହା ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ଏବଂ ସେମାନେ ନିଜ ହାତରୁ ମୂଳଧନ ଓ ସୁଧ ଉଭୟ ପର‌ିଶୋଧ କରିବେ। ଏହି ଦୁଇ ବିକଳ୍ପ ମଧ୍ୟରୁ ପ୍ରଥମ ବିକଳ୍ପଟିକୁ ୨୧ଟି ରାଜ୍ୟ ଗ୍ରହଣ କରିଥିବା ବେଳେ ଦ୍ବିତୀୟ ବିକଳ୍ପକୁ ଗୋଟିଏ ରାଜ୍ୟ ଗ୍ରହଣ କରିଛି।

ଅନେକ ରାଜ୍ୟ ଦାବି କରୁଛନ୍ତି ଯେ ଆମେ ଯେଉଁ ଋଣ ନେବୁ ତାହାକୁ କେନ୍ଦ୍ର ସରକାର ପରିଶୋଧ କରନ୍ତୁ। ସେହି ଦାବିକୁ କେନ୍ଦ୍ର ମାନି ନେଇପାରେ ବୋଲି ଚର୍ଚ୍ଚା ହେଉଛି। ସେସ୍‌ ଆଦାୟର ସମୟ ସୀମାକୁ ବଢ଼ାଇବା ଏବଂ ମୂଳଧନ ଓ ସୁଧ ଶୁଝିବା ପରେ ଯେତିକି ବଳକା ଟଙ୍କା ରହିବ ତାହାକୁ ବକେୟା ଭ‌ାବେ ହସ୍ତାନ୍ତର କରିବା ଲାଗି ରାଜ୍ୟଗୁଡ଼ିକ ଦାବି କରୁଛନ୍ତି।

No comments