ଦେଶରେ ମୋଟ୍ ସଂକ୍ରମଣ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୫ରେ ପହଞ୍ଚିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ସବୁଠୁ ଅଧିକ ସଂଖ୍ୟାରେ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍...
ଗତ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ସବୁଠୁ ଅଧିକ ସଂଖ୍ୟାରେ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୭୬ ହଜାର ୭୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ମୋଟ୍ ୫୫ ଲକ୍ଷ ୮୬ ହଜାର ୭୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ମଧ୍ୟ ୮୪.୩୪ ପ୍ରତିଶତକୁ ବୃଦ୍ଧି ପାଇଛି।
ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ସପ୍ତାହ ତୁଳନାରେ କମ୍ ରହିଛି। ତେବେ ସେପ୍ଟେମ୍ବର ୭-୧୩ ମଧ୍ୟରେ ଦେଶରେ ସର୍ବାଧିକ ୬ ଲକ୍ଷ ୪୫ ହଜାର ୧୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଚଳିତ ସପ୍ତାହ ତଥା ଗତ ୭ ଦିନର ସଂକ୍ରମଣ ମାମଲା ୫ ଲକ୍ଷ ୫୦ ହଜାର ୫୪୫ ରହିଛି। ପୂର୍ବ ସପ୍ତାହର ସଂକ୍ରମଣ ମାମଲା ତୁଳନାରେ ଏହା ୬.୮ ପ୍ରତିଶତ କମ୍ ଥିବା ଜଣାପଡ଼ିଛି।


No comments