Page Nav

HIDE

Grid

GRID_STYLE

Classic Header

Breaking News:

latest

ଜିଏସ୍‌ଟି କ୍ଷତିପୂରଣ ନେଇ ଆଠ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କ୍ଷତିପୂରଣ ରାଶିକୁ ନେଇ ରହିଥିବା ସମସ୍ୟା ସମାଧାନ ହୋଇପାରିନାହିଁ। ଏସଂକ୍ରାନ୍ତ ରୂପରେଖ ଆଗାମୀ ଦିନରେ ପ୍...

ଜିଏସ୍‌ଟି କ୍ଷତିପୂରଣ ନେଇ ଆଠ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କ୍ଷତିପୂରଣ ରାଶିକୁ ନେଇ ରହିଥିବା ସମସ୍ୟା ସମାଧାନ ହୋଇପାରିନାହିଁ।



ଏସଂକ୍ରାନ୍ତ ରୂପରେଖ ଆଗାମୀ ଦିନରେ ପ୍ରସ୍ତୁତ କରାଯିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ଆଜି ରାତିରେ ୨୦ ହଜାର କୋଟି ଟଙ୍କା ଜାରି କରାଯିବ। ୨୦୧୮-୧୯ ଆର୍ଥିକ ବର୍ଷର ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ବାବଦରେ ଆଉ ୨୫ ହଜାର କୋଟି ଟଙ୍କା ସପ୍ତାହକ ଭିତରେ ରାଜ୍ୟଗୁଡ଼ିକୁ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିକଳ୍ପ-୧ରେ ୯୭ ହଜାର କୋଟି ଟଙ୍କା ରାଶିକୁ ବଢ଼ାଇ ୧.୧୦ ଲକ୍ଷ କୋଟି ଟଙ୍କା କରାଯାଇଛି। ତେବେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ତୃତୀୟ ବିକଳ୍ପ ଘୋଷଣା କରିବାକୁ ଦାବି କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମତଭେଦ ଦେଖାଦେଉଥିବାରୁ ପରିଷଦ ଭିତରେ ଏକ ‘ବିବାଦ ସମାଧାନର ବ୍ୟବସ୍ଥା’ କରିବା ଏବଂ ଜଣେ ଉପାଧ୍ୟକ୍ଷ ନିଯୁକ୍ତ କରିବାକୁ‌ ସେମାନେ ଦାବି କରିଛନ୍ତି। ସରକାରଙ୍କ ହିସାବ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ୩ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ପଡ଼ିବ।

ମାସିକ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ଜିଏସ୍‌ଟିଆର୍‌-୨ବିରୁ ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍‌ ଜଣାପଡ଼ିବ। ଏହି ସୁବିଧା ୨୦୨୧ ଜାନୁଆରି ୧ରୁ ଲାଗୁ ହେବ। ତ୍ରୟମାସ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ପାଇଁ ତାହା ୨୦୨୧ ଏପ୍ରିଲ୍‌ ୧ରୁ ଲାଗୁ ହେବ। ଜିଏସ୍‌ଟିଆର୍‌-୧/୩ବି ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥାର ସମୟ ସୀମାକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଏସ୍‌ଟିଆର୍‌-୧/୩ବିକୁ ଡିଫଲ୍‌ଟ ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥାରେ ପରିଣତ କରିବା ଲାଗି ଜିଏସ୍‌ଟି ନିୟମରେ ସଂଶୋଧନ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।

No comments