ଆମାଜନର ବଡ ଘୋଷଣା କରିଛି ଯେ, ଫେଷ୍ଟିଭ୍ ସିଜନରେ କଷ୍ଟମରଙ୍କୁ ମିଳିବ ଏହି ସୁବିଧା ଇ-କମର୍ସ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଆମାଜନ ଇଣ୍ଡିଆ ଚଳିତ ବର୍ଷ ଫେଷ୍ଟିଭ୍ ସିଜନର...
ଇ-କମର୍ସ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଆମାଜନ ଇଣ୍ଡିଆ ଚଳିତ ବର୍ଷ ଫେଷ୍ଟିଭ୍ ସିଜନରେ ଏକ ଲକ୍ଷରୁ ଅଧିକ ସ୍ଥାନୀୟ ଦୋକାନ, ତେଜରାତି ଦୋକାନ ତଥା ଗଳି-କନ୍ଦିରେ ଥିବା ଦୋକାନ ସହିତ ଯୋଡିହେବ । କମ୍ପାନୀ ରବିବାର ଏହି ସୂଚନା ଦେଇଛି ।
କମ୍ପାନୀ କହିଛି ଯେ ୨୦ ହଜାରରୁ ଅଧିକ ଅଫଲାଇନ୍ ରିଟେଲର, ଗ୍ରୋସରୀ ଓ ସ୍ଥାନୀୟ ଦୋକାନୀ ପ୍ରଥମ ଥର ପାଇଁ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲରେ ଭାଗ ନେବେ । ଏମାନେ ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ବଡ ଉପକରଣ ଓ ଘର ସଜାସଜି ସାମଗ୍ରୀ ବିକ୍ରି କରିବେ ।
କମ୍ପାନୀ କହିଛି ଯେ ଏହି ଫର୍ମାଟ୍ ଜରିଆରେ ଦୋକାନ ମାଲିକ ନିଜର ଡିଜିଟାଲ୍ ଉପସ୍ଥିତି ଜାହିର କରିପାରିବେ ଏବଂ ନିଜ ପରିସରକୁ ବିସ୍ତାର କରିପାରିବେ । ଏଥିରେ ଗ୍ରାହକଙ୍କୁ ନିଜ ସହରରେ ଲୋକାଲ୍ ଦୋକାନରୁ କିଣାକିଣିର ସୁବିଧା ମିଳିବ ।


No comments