Page Nav

HIDE

Grid

GRID_STYLE

Classic Header

Breaking News:

latest

ଗୋଟିଏ ଲଘୁଚାପ ବର୍ଷା ଛାଡ଼ିନି, ଦାନା ବାନ୍ଧିଲାଣି ଆଉ ଗୋଟିଏ । ଏ ଲଘୁଚାପ ବର୍ଷା ଆହୁରି ୩/୪ ଦିନ ରହିବ ।

ଗୋଟିଏ ଲଘୁଚାପ ବର୍ଷା ଛାଡ଼ିନି, ଦାନା ବାନ୍ଧିଲାଣି ଆଉ ଗୋଟିଏ । ଏ ଲଘୁଚାପ ବର୍ଷା ଆହୁରି ୩/୪ ଦିନ ରହିବ । ଓଡ଼ିଶାରେ ୧୧ରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛ...

ଗୋଟିଏ ଲଘୁଚାପ ବର୍ଷା ଛାଡ଼ିନି, ଦାନା ବାନ୍ଧିଲାଣି ଆଉ ଗୋଟିଏ । ଏ ଲଘୁଚାପ ବର୍ଷା ଆହୁରି ୩/୪ ଦିନ ରହିବ ।
ଓଡ଼ିଶାରେ ୧୧ରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି ।ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୯ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।

ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ରହିବ । କିନ୍ତୁ, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବ । ସୋମବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ, କେନ୍ଦୁଝର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ମଙ୍ଗଳବାର ମଧ୍ୟ ଏଭଳି ବର୍ଷା ଜାରି ରହିବ । ଏବେ ଉପକୂଳରେ ବର୍ଷା କମିବ, ହେଲେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ହେବ ।

No comments