ଗତ ୨୪ଘଣ୍ଟାରେ ଭୁବନେଶ୍ବରରୁ ୩୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଗତ ୩ଦିନରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତହିଁରୁ ୭୨୯ଜଣ କେବଳ ସ୍ଥାନୀୟ ସଂକ୍ରମିତ ରହ...
ରାଜଧାନୀରେ ଗତ ୨୪ଘଣ୍ଟାରେ ୩୪୧ଜଣ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୯,୨୫୫ରେ ପହଞ୍ଚିଛି। ଭୁବନେଶ୍ବରରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୩ ପ୍ରତିଶତ ରହିଛି। ଅପରପକ୍ଷରେ ୩୫୦୨ ରୋଗୀଙ୍କ ଚିକିତ୍ସା ଜାରି ରହିଛି।
ଚନ୍ଦ୍ରଶେଖରପୁର ୧୪, ପଟିଆରୁ ୧୨, ମଞ୍ଚେଶ୍ବର ୧୧, ଡୁମୁଡୁମା ୯, ପୁରୁଣା ଭୁବନେଶ୍ବର ୯, ଝାରପଡ଼ା ୮, ବରମୁଣ୍ଡା ୭, ଆଚାର୍ଯ୍ୟ ବିହାର ଓ ୟୁନିଟ୍-୪ରୁ ୬ଜଣ ଲେଖାଏଁ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରମୁଣ୍ଡା, ବାପୁଜୀ ନଗର, ବିଜେବି ନଗର, ଝାରପଡ଼ା, ଯଦୁପୁର, ଆଇଟି କଲୋନି, ଘାଟିକିଆ, ଗଙ୍ଗ ନଗର, ମହାଲକ୍ଷ୍ମୀ ବିହାର, ମୈତ୍ରୀ ବିହାର, ନୂଆପଲ୍ଲୀ, ଲୁଇସ୍ ରୋଡ୍, ସୁନ୍ଦରପଦା, ଟଙ୍କପାଣି ରୋଡ୍, ପାଇକ ନଗର, ଶୈଳଶ୍ରୀ ବିହାର, ୟୁନିଟ୍-୮ ଓ ଅନ୍ୟ ଅଞ୍ଚଳରୁ ରୋଗୀ ଚିହ୍ନଟ ହୋଇଛନ୍ତି।


No comments