ବଲିଉଡର ମହାରଥୀ ମାନେ ରିପବ୍ଲିକ ଟିଭି ଓ ଟାଇମ୍ସ- ନାଓ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଇଛନ୍ତି। ପ୍ରଥମ ଥର ପାଇଁ କୌଣସି ଏକ ପ୍ରସଙ୍ଗରେ ବଲିଉଡର ମହାରଥୀମାନେ...
ପ୍ରଥମ ଥର ପାଇଁ କୌଣସି ଏକ ପ୍ରସଙ୍ଗରେ ବଲିଉଡର ମହାରଥୀମାନେ ହାତ ମିଳାଇଛନ୍ତି । ବଲିଉଡକୁ କ୍ରମାଗତ ଭାବେ ସମାଲୋଚନା କରି ସମ୍ବାଦ ପ୍ରସାରଣ କରିବା ସହ ଅପଶବ୍ଦ ପ୍ରୟୋଗ କରାଯାଉଥିବାରୁ ବିଭିନ୍ନ ପ୍ରଯୋଜକ ସଂସ୍ଥାଙ୍କ ସହ ସୁପରଷ୍ଟାରମାନେ ଦୁଇଟି ଚ୍ୟାନେଲ (ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ) ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
ବଲିଉଡ ଦେଶର ମର୍ଯ୍ୟାଦା ବଢ଼ାଇଥିବା ବେଳେ ଏହା ବିଦେଶୀ ମୁଦ୍ରା, ରାଜସ୍ୱ ଆୟ ଏବଂ ଲୋକଙ୍କୁ ନିଯୁକ୍ତି ଦେବାରେ ମଧ୍ୟ ଉଦାହରଣ ସୃଷ୍ଟି କରିଛି । କିନ୍ତୁ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ସମୟରେ କେତେକ ଅଭିନେତା/ଅଭିନେତ୍ରୀଙ୍କ ଫୋନ୍ ଚାଟ୍ରୁ ନିଶା ଦ୍ରବ୍ୟ ବ୍ୟବହାର କିମ୍ବା କାରବାର ସମ୍ପର୍କରେ ସୁରାକ ମିଳିବା ପରେ ସମଗ୍ର ବଲିଉଡକୁ ବଦନାମ କରିବା ଅନୁଚିତ ବୋଲି ଅଭିଯୋଗ ରେ ଦର୍ଶାଯାଇଛି ।
ବଲିଉଡର ଆଗଧାଡ଼ିର ସମସ୍ତ ପ୍ରଯୋଜକ ସଂସ୍ଥାଙ୍କ ସହ ସଲମାନ ଖାନ୍, ଅମିର ଖାନ, ଶାହରୁଖ ଖାନ୍, ଅକ୍ଷୟ କୁମାର, ଫାରହାନ ଅଖତର, କରନ ଜୋହର, ଆଦିତ୍ୟ ଚୋପ୍ରା, ଅଜୟ ଦେବଗନ ପ୍ରମୁଖ ଅଭିନେତା ଏହି ଅଭିଯୋଗ ଆଣିଛନ୍ତି।


No comments