Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲ୍ଲାପାଳମାନେ ମନ୍ଦିର ସହିତ ଜଡ଼ିତ ବିଭିନ୍ନ ପକ୍ଷ ସହ ଆଲୋଚନା କରି ରିପୋର୍ଟ ଦେବେ। ...

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।



ଜିଲ୍ଲାପାଳମାନେ ମନ୍ଦିର ସହିତ ଜଡ଼ିତ ବିଭିନ୍ନ ପକ୍ଷ ସହ ଆଲୋଚନା କରି ରିପୋର୍ଟ ଦେବେ। ସେହି ରିପୋର୍ଟ ଭିତ୍ତିରେ ସରକାର ନିଷ୍ପତ୍ତି ନେବେ। ପୁରୀ ଶ୍ରୀମନ୍ଦିର ସମେତ ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକ ମଧ୍ୟ ଏ ସମ୍ପର୍କିତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍‌ ଯୋଗେ ସବୁ ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗତ ଅଗଷ୍ଟ ମାସରୁ ଦେଶର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନଗୁଡ଼ିକ ଖୋଲା ସରିଲାଣି। କିନ୍ତୁ ଓଡ଼ିଶାରେ ଖୋଲି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧର୍ମାନୁଷ୍ଠାନ ଖୋଲିବା ପାଇଁ ସେବାୟତ ଓ ପୂଜକମାନେ ଦାବି ଜୋର୍‌ଦାର୍ କରୁଛନ୍ତି। ଏ ନେଇ ହାଇକୋର୍ଟରେ ମାମଲା ହୋଇଥିଲେ ମଧ୍ୟ କେ‌ାଭିଡ୍‌ ଗାଇଡ୍‌ଲାଇନ୍ ଆଧାରରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାରଙ୍କ ଉପରେ ହାଇକୋର୍ଟ ଛାଡ଼ିଥିଲେ। ଗତ ଅଗଷ୍ଟ ୧୦ ତାରିଖରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଇନ୍‌ ମନ୍ତ୍ରୀ କହିଥିଲେ। 

No comments