ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି। ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହିଛି। ୬୩ ଦିନ ମଧ୍ୟରେ ଏହା ସବୁଠୁ କମ୍ ସଂକ୍ରମଣ ମାମଲା ଏବଂ ୭୭ ଦିନ ମଧ୍ୟ...
୬୩ ଦିନ ମଧ୍ୟରେ ଏହା ସବୁଠୁ କମ୍ ସଂକ୍ରମଣ ମାମଲା ଏବଂ ୭୭ ଦିନ ମଧ୍ୟରେ ଏହା ସବୁଠୁ କମ୍ କରୋନା ମୃତ୍ୟୁ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬୨ ଲକ୍ଷ ଟପିଯାଇଛି। ଅନ୍ୟପକ୍ଷେ ମୋଟ୍ ସଂକ୍ରମଣ ମାମଲା ୭୧ ଲକ୍ଷ ୭୫ ହଜାର ୮୮୦ ପହଞ୍ଚିଛି। ଲଗାତାର ପଞ୍ଚମ ଦିନ ପାଇଁ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯ ଲକ୍ଷରୁ କମ୍ ରହିଛି ଏବଂ ନୂଆ ସଂକ୍ରମଣ ମାମଲା ୭୫ ହଜାରରୁ କମ୍ ରହୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧୦ ଦିନ ଧରି ୧ହଜାରରୁ କମ୍ ରହିଛି। ଦେଶରେ ଏବେ ମୋଟ୍ ୮ ଲକ୍ଷ ୩୮ ହଜାର ୭୨୯ ସକ୍ରିୟ ମାମଲା ରହିଛି।
ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଆସନ୍ତା ବର୍ଷ ପ୍ରଥମ ତୈମାସିକ ବେଳକୁ ଏକାଧିକ ଟିକା ଉପଲବ୍ଧ ହୋଇପାରିଥିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ମଙ୍ଗଳବାର ଆଶା ପୋଷଣ କରିଛନ୍ତି। ଟିକା ଆସିବା ପରେ ତାହାର କିପରି ସୁବିତରଣ କରାଯାଇପାରିବ, ସେ ଦିଗରେ ଦେଶର ବିଶେଷଜ୍ଞ ଦଳ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି।


No comments