Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟ ର ଋଣ ଭାର ଏ ବର୍ଷ ଟପିବ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ (୪ ବର୍ଷ) ଓ ଗିରିଧର ଗମାଙ୍ଗ (୧ ବର୍ଷ)ଙ୍କ କଂଗ୍ରେସ ସରକାର ଅବଧିରେ ଋଣ ପରିମାଣ...

ରାଜ୍ୟ ର ଋଣ ଭାର ଏ ବର୍ଷ ଟପିବ ।



ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ (୪ ବର୍ଷ) ଓ ଗିରିଧର ଗମାଙ୍ଗ (୧ ବର୍ଷ)ଙ୍କ କଂଗ୍ରେସ ସରକାର ଅବଧିରେ ଋଣ ପରିମାଣ ୧୮,୧୦୦ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ୫ ବର୍ଷରେ ତତ୍କାଳୀନ କଂଗ୍ରେସ ସରକାର ୮,୮୮୦ କୋଟି ୮୯ ଲକ୍ଷ ଟଙ୍କା ଋଣ କରିଥିଲେ; ଯାହାର ସିଂହଭାଗ ଜଳ ସଂପଦ ବିଭାଗ ପାଇଁ ଉଦ୍ଦିଷ୍ଟ ଥିଲା।

ତତ୍କାଳୀନ ଜନତା ଦଳ ଓ ବିଭାଜନ ପରବର୍ତ୍ତୀ ବିଜୁ ଜନତା ଦଳ (ବିଜେଡ଼ି)ର ତୁଙ୍ଗ ନେତାମାନେ ବିଧାନସଭାରେ ଓ ଏହା ବାହାରେ ଏହି ଋଣ ଓ ତଥାକଥିତ ଜଳ ସଂପଦ ବିଭାଗ ଦୁର୍ନୀତିକୁ ମୁଖ୍ୟ ଆୟୁଧ କରି ନିର୍ବାଚନ ବୈତରଣୀ ପାରି ହୋଇଥିଲେ। ପରବର୍ତ୍ତୀ ଦୁଇ ଦଶନ୍ଧିରେ ଅର୍ଥାତ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୮ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ରାଜ୍ୟର ମୁଣ୍ଡପିଛା ଋଣ ୨୪ ହଜାର ଟଙ୍କା ଛୁଇଁଛି।

ଗତ ଆର୍ଥିକ ବର୍ଷରେ ଜିଏସ୍‌ଡ଼ିପିକୁ ଖଣି ଓ ଶିଳ୍ପ କ୍ଷେତ୍ରର ଅବଦାନ ୩୯.୬% ଥିବା ବେଳେ ସେବା କ୍ଷେତ୍ରର ଅନୁଦାନ ଥିଲା ୪୦.୫୧%। ସେହିପରି କୃଷି ଓ ପର୍ଯ୍ୟଟନ କ୍ଷେତ୍ରର ଅବଦାନ ଥିଲା ଯଥାକ୍ରମେ ୧୯.୯% ଓ ୧୦%। ବନ୍ୟା ଯୋଗୁଁ ଏ ବର୍ଷ କୃଷି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ବାତ୍ୟା ଦୁର୍ବିପାକ ଆଶଙ୍କାର ସମୟ ଟଳିନି। କରୋନାଜନିତ ଲକ୍‌ଡ଼ାଉନ୍‌ ଯୋଗୁଁ ହୋଟେଲ୍‌-ରେସ୍ତୋରାଁ, ରିଏଲ୍‌ ଇଷ୍ଟେଟ୍ ପରିବହନ ଆଦି ସେବା କ୍ଷେତ୍ରରେ ଗତ ମାର୍ଚ୍ଚରୁ ଅଚଳାବସ୍ଥା ଲାଗି ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ। ଏଭଳି ପରିସ୍ଥିତିରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ସରକାର ଅଧିକ ଋଣ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

No comments