Page Nav

HIDE

Grid

GRID_STYLE

Classic Header

Breaking News:

latest

ଜିଏସ୍‌ଟି ପରିଷଦ ବୈଠକରେ କ୍ଷତି ପୂରଣ ର ପୁଣି ବିଫଳ। କ୍ଷତିପୂରଣ ପାଇଁ ରାଜ୍ୟଗୁଡ଼ିକୁ ଋଣ କରିବାର ଦୁଇଟି ବିକଳ୍ପ ଦିଆଯାଇଥିଲା। ପ୍ରଥମ ବିକଳ୍ପଟି ଥିଲା ୧.୧୦ ଲକ୍ଷ କ...

ଜିଏସ୍‌ଟି ପରିଷଦ ବୈଠକରେ କ୍ଷତି ପୂରଣ ର ପୁଣି ବିଫଳ।



କ୍ଷତିପୂରଣ ପାଇଁ ରାଜ୍ୟଗୁଡ଼ିକୁ ଋଣ କରିବାର ଦୁଇଟି ବିକଳ୍ପ ଦିଆଯାଇଥିଲା। ପ୍ରଥମ ବିକଳ୍ପଟି ଥିଲା ୧.୧୦ ଲକ୍ଷ କୋଟି ଟଙ୍କା ଏବଂ ଦ୍ବିତୀୟ ବିକଳ୍ପ ହେଉଛି ୨.୩୫ ଲକ୍ଷ କୋଟି ଟଙ୍କା ଋଣ କରିବା। ୨୧ଟି ରାଜ୍ୟ ପ୍ରଥମ ବିକଳ୍ପ ଚୟନ କରିଥିବା ବେଳେ କୌଣସି ଗୋଟିଏ ବି ରାଜ୍ୟ ଦ୍ବିତୀୟ ବିକଳ୍ପ ଚୟନ କରିନାହାନ୍ତି ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଯେଉଁ ୯ଟି ରାଜ୍ୟ କୌଣସି ବିକଳ୍ପ ଚୟନ କରିନାହାନ୍ତି ସେମାନଙ୍କ ସହିତ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ଅଧିକ ସମୟ ଲୋଡ଼ିଛନ୍ତି।

କ୍ଷତିପୂରଣ ରାଶି ସମସ୍ୟାର ସମାଧାନ ଲାଗି ତୃତୀୟ ଥର ପାଇଁ ଆଜି ଜିଏସ୍‌ଟି ବୈଠକ ବସିିଥିଲା। କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦିଅନ୍ତୁ ବୋଲି ଆଜିର ବୈଠକରେ କିଛି ରାଜ୍ୟ ଦାବି କରିଥିଲେ। ସେମାନଙ୍କୁ ଅର୍ଥମନ୍ତ୍ରୀ ଜଣାଇଛନ୍ତି ଯେ କେନ୍ଦ୍ର ଋଣ କରିପାରିବ ନାହିଁ। ରାଜ୍ୟଗୁଡ଼ିକୁ ହିଁ ଋଣ କରିବାକୁ ପଡ଼ିବ। ଯେଉଁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି, ସେଥିରୁ ପ୍ରଥମ ବିକଳ୍ପଟିକୁ ଗ୍ରହଣ କରିବାକୁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି। 

ଯେଉଁ ରାଜ୍ୟଗୁଡ଼ିକ ପ୍ରଥମ ବିକଳ୍ପକୁ ଗ୍ରହଣ କରିଛନ୍ତି ସେମାନଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରାଇବା ଠିକ୍ ହେବ ନାହିଁ। ଶୀଘ୍ର କିଛି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ରାଜ୍ୟଗୁଡ଼ିକୁ କହିଛନ୍ତି।

No comments