ଅନୁଗୋଳ : ୧୬/୦୭/ ୨୦/ ଗତକାଲି ଓଡିଶାରେ ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଯିବା ପରେ ପ୍ରଥମ କରି ଜଣେ ୪୮ ବର୍ଷିୟ କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ତାଙ୍କ ଉପରେ ...
ଅନୁଗୋଳ : ୧୬/୦୭/ ୨୦/ ଗତକାଲି ଓଡିଶାରେ ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଯିବା ପରେ ପ୍ରଥମ କରି ଜଣେ ୪୮ ବର୍ଷିୟ କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ତାଙ୍କ ଉପରେ ଏବେ ୨୪ ଘଂଟା ନଜର ରଖାଯାଇଛି । ଡାକ୍ତର କହିଛନ୍ତି, ସେ ସୁସ୍ଥ ଅଛନ୍ତି ଏବଂ ୧ ସପ୍ତାହ ଭିତରେ ତାଙ୍କ ଶରୀରରେ ଆଂଟିବଡି ସୃଷ୍ଟି ହେବ ।
କଟକ ଏସସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବା ପରେ ସୁସ୍ଥ ହୋଇଥିବା ୪ ଜଣ କରୋନା ରୋଗୀ ସେମାନଙ୍କ ବ୍ଲଡ ପ୍ଲାଜମା ଦାନ କରିଥିଲେ । ଏହାପରେ ଅଶ୍ୱିନୀ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ଦେହରେ ପ୍ଲାଜମା ପ୍ରୟୋଗ କରାଯାଇଛି । ବି-ପଜିଟିଭ୍ ପ୍ଲାଜମାର ଗୋଟିଏ ୟୁନିଟ ସଂପୃକ୍ତ ରୋଗୀଙ୍କୁ ଦିଆଯାଇଛି । ୭ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ ରୋଗୀ । ଯଦି ସବୁକିଛି ଠିକ୍ ଠାକ୍ ଚାଲେ ତେବେ ପ୍ରାୟ ସପ୍ତାହକ ମଧ୍ୟରେ କରୋନା ବିରୋଧରେ ଲଢ଼େଇ ପାଇଁ ଆବଶ୍ୟକ ଆଂଟିବଡି ଶରୀରରେ ସୃଷ୍ଟି ହେବ ଓ ରୋଗ ମୁକ୍ତ ହେବେ ଆକ୍ରାନ୍ତ ।


No comments