Page Nav

HIDE

Grid

GRID_STYLE

Classic Header

Breaking News:

latest

କ୍ଷେତ ରେ କାମ କରୁଥିବା ସମୟ ରେ ୩ ମହିଳା ଶ୍ରମିକ, ବଜ୍ରପାତରେ ପ୍ରାଣ ହରାଇଲେ।

୨୮।୦୭:ବଜ୍ରପାତରେ ଗଲା ୩ ମହିଳାଙ୍କ ଜୀବନ। ଏପରି ଘଟଣା ବଲାଙ୍ଗୀର ଜିଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।...


୨୮।୦୭:ବଜ୍ରପାତରେ ଗଲା ୩ ମହିଳାଙ୍କ ଜୀବନ। ଏପରି ଘଟଣା ବଲାଙ୍ଗୀର ଜିଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।ସୂଚନାଯୋଗ୍ୟ, ଧାନରୁଆ ସମୟରେ ବିଲରେ ୨୮ ଜଣ ଲୋକ ଥିଲେ। ତେବେ ୩ ଜଣ ମହିଳାଙ୍କର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗରିବ ମହିଳାଙ୍କର ପୁଅ-ଝିଅମାନେ କେମିତି ବଡ଼ ହେବେ ସେ ନେଇ ଗାଁରେ ଚର୍ଚ୍ଚା ହେଉଛି। ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।ସୂଚନାଯୋଗ୍ୟ ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ ରୁ ଅଧିକ ଚାଷୀ କାମ କରୁଥିଲେ। ଦିନ ପ୍ରାୟ ୨ରୁ ୩ଟା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଚାଷ ଜମିରେ ଜଣେ ମହିଳା ଟଳି ପଡ଼ିଥିଲେ। ଅନ୍ୟ କିଛି ଚାଷୀଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୨ ଜଣ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଚାଷୀ ଗୁରୁତର ଥିବା ଜଣାପଡ଼ିଛି।

No comments