ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇଛି। ୩୪ ଟି ଗେଟ ଦେଇ ହୀରାକୁଦ ଜଳ ନିଷ୍କାସନ ହେଉଛି। ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ଏବେ ୩୪ଟି ଗେଟ...
ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ଏବେ ୩୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଏବେ ଘଣ୍ଟାପ୍ରତି ୪ ଲକ୍ଷ ୭୪ ହଜାର ୬୮୯ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୫ ଲକ୍ଷ ୯୩ ହଜାର ୩୯୫ କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି ।
ତେବେ ରାଜ୍ୟର ଅନେକ ସ୍ଥାନରେ ବନ୍ୟାସ୍ଥିତି ଏବେ ବି ଚିନ୍ତାଜନକ ରହିଥିବାବେଳେ ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ଫଳରେ ବନ୍ୟା ପରିସ୍ଥିତି ପୁଣି ଗୁରୁତର ହେବାର ଆଶଙ୍କା ରହିଛି।
ତେବେ ଆସନ୍ତା ୪ ଦିନରେ ବନ୍ୟା ସ୍ଥିତି ସ୍ୱାଭାବିକ ହେବ ବୋଲି ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।


No comments