Page Nav

HIDE

Grid

GRID_STYLE

Classic Header

Breaking News:

latest

ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ପ୍ରସଙ୍ଗ : ମାସକ ମଧ୍ୟରେ ପରୀକ୍ଷା ସରିବ; ଅକ୍ଟୋବର ୩୧ସୁଦ୍ଧା ପରୀକ୍ଷା ଫଳ

୦୧।୦୯: ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୟୁଜିସିର ମାର୍ଗଦର୍ଶ...


୦୧।୦୯: ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୟୁଜିସିର ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ୟୁଜି ଓ ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ତଥା ଆସନ୍ତା ମାସକ ମଧ୍ୟରେ ଶେଷ ହେବ। ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କ ଭିଡିଓ କନ୍‍ଫେର୍‍ନ୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି।ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ଅଫଲାଇନ୍‍, ଅନ୍‍ଲାଇନ୍‍, ବ୍ଲେଣ୍ଡେଡ୍‍( ଉଭୟ ଅନ୍‍ଲାଇନ୍‍ ଓ ଅଫଲାଇନ୍‍) ମୋଡରେ ମଲ୍ଟିପୁଲ୍‍ ଚଏସ୍‍, ଓପନ୍‍ ବୁକ୍‍, ଓଏମ୍‍ଆର୍‍ ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇ ପାରିବ। ଉପଯୁକ୍ତ ପରୀକ୍ଷା ପଦ୍ଧତି ଅବଲମ୍ବନ ବିଷୟରେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ନିଷ୍ପତ୍ତି ନେବେ। ଯେଉଁ ଛାତ୍ରଛାତ୍ରୀ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ଲାଗି କୋଭିଡ୍‍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍‍ ଓ ପେପର ମୋଡ୍‌ରେ ଡିସେମ୍ବର ମାସରେ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିସହ ଫାଇନାଲ୍‍ ସେମିଷ୍ଟର ବା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ବ୍ୟାକ୍‍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି

No comments