Page Nav

HIDE

Grid

GRID_STYLE

Classic Header

Breaking News:

latest

ବିନା ପ୍ରବେଶିକା ପରୀକ୍ଷାରେ ଏମ୍‍ବିଏ ଏବଂ ପିଜିଡିଏମ୍‍ ନାମଲେଖା

ଏମ୍‍ବିଏ ଏବଂ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍‍ ମ୍ୟାନେଜମେ (ପିଜିଡିଏମ୍‍)ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ନାହିଁଁ। ...


ଏମ୍‍ବିଏ ଏବଂ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍‍ ମ୍ୟାନେଜମେ (ପିଜିଡିଏମ୍‍)ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ନାହିଁଁ। ଛାତ୍ରଛାତ୍ରୀଙ୍କ ୟୁଜି ମାର୍କକୁ ଆଧାର କରି ଶିକ୍ଷାନୁଷ୍ଠାନ ନାମଲେଖାଇବେ ବୋଲି ଅଲ୍‍ ଇଣ୍ଡିଆ କାଉନସିଲ ଅଫ୍‍ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ଏଆଇସିଟିଇ ବିଜ୍ଞପ୍ତି ପ୍ରକାଶ କରି ଛାତ୍ରଛାତ୍ରୀ, ଏମ୍‍ବିଏ ଏବଂ ପିଜିଡିଏମ୍‍ ଶିକ୍ଷାନୁଷ୍ଠାନଗୁଡିକ ଅବଗତ କରିଛି।
ଏମ୍‍ବିଏ ଏବଂ ପିଜିଡିଏମ୍‍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପ୍ରତିବର୍ଷ କ୍ୟାଟ, ଜ୍ୟାଟ, ସିମ୍ୟାଟ ଏଟିଏମ୍‍ଏ, ଜିମ୍ୟାଟ ଏବଂ ମ୍ୟାଟ୍‍ ପ୍ରବେଶିକା ପରୀକ୍ଷା କରାଯାଉ ଥିଲା। ସର୍ବଭାରତୀୟସ୍ତରରେ ଏହି ପ୍ରବେଶିକା ପରୀକ୍ଷା କରାଯାଉ ଥିବାବେଳେ ପ୍ରତି ରାଜ୍ୟ ନିଜ ନିଜସ୍ତରରେ ଏହି ପ୍ରବେଶିକା ପରୀକ୍ଷା କରୁଥିଲେ। ତେବେ ଚଳିତ ବର୍ଷ କରୋନା ଯୋଗୁଁ ଏହି ପ୍ରବେଶିକା ପରୀକ୍ଷା କରିନାହାନ୍ତି। ତେଣୁ ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନଗୁଡିକ ହିତକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇ ଥିବା ଜଣାପଡ଼ିଛି। ଏହି ନିୟମ ଶିକ୍ଷାବର୍ଷ ୨୦୨୦-୨୧ଲାଗି କାର୍ଯ୍ୟକାରୀ ହେବ। ଆଗାମୀ ଶିକ୍ଷାବର୍ଷ ପାଇଁ ଏହା ପ୍ରଯୁର୍ଯ୍ୟ ହେବ ନାହିଁଁ ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି

No comments