କଟକ ଦଶହରା କୁ ନେଇ ଅନିଶ୍ଚିତତା । ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ ରହିଛି। ତେଣୁ ଏଭଳି ସ୍ଥିତିରେ ଦୁର୍ଗାପୂଜା ପାଳନ ଅନୁମତି ପ୍ରସଂଗକୁ ନେଇ ବାଲୁ ବଜାର ପୂଜା...
ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ ରହିଛି। ତେଣୁ ଏଭଳି ସ୍ଥିତିରେ ଦୁର୍ଗାପୂଜା ପାଳନ ଅନୁମତି ପ୍ରସଂଗକୁ ନେଇ ବାଲୁ ବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।
ପୂଜା କମିଟିର ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ, ଏହି ପୀଠରେ ୧୫୦୯ ମସିହାରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି। ଦୀର୍ଘ ୫୦୦ବର୍ଷରୁ ଅଧିକ ସମୟ ଧରି ବାଲୁବଜାରରେ ଦୁର୍ଗାପୂଜା ପରମ୍ପରା ବଜାୟ ରଖି ପୂଜା ଆୟୋଜନ କରାଯାଉଛି।
। କରୋନା ଜନିତ ପରିସ୍ଥିତିରେ ପୂଜା କିଭଳି ପାଳନ ହେବ, ତାହାକୁ ନେଇ ଦ୍ବନ୍ଦ୍ବ ଦୂର ହେଉନାହିଁ। ଆଜି ଏ ସଂକ୍ରାନ୍ତରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବାବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କଟକଣାଯୁକ୍ତ ପୂଜା ସଂପର୍କରେ ସୂଚନା ଦେଇଛନ୍ତି।


No comments