Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶରେ ରେ କୋଭିଡ଼ ଟେଷ୍ଟ ୩.୭ କୋଟି ରେ ପହଞ୍ଚିଲା । ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା ୧୫୨୪ରେ ପହଞ୍ଚିଛି। ଏଥିରେ ୯...

ଦେଶରେ ରେ କୋଭିଡ଼ ଟେଷ୍ଟ ୩.୭ କୋଟି ରେ ପହଞ୍ଚିଲା ।



ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା ୧୫୨୪ରେ ପହଞ୍ଚିଛି। ଏଥିରେ ୯୮୬ଟି ସରକାରୀ ଓ ୫୩୮ଟି ଘରୋଇ ପରୀକ୍ଷାଗାର ରହିଛି ।

କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୯,୨୫,୩୮୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ନିୟୁତ ପିଛା ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ି ୨୬,୬୮୫କୁ ଛୁଇଁଛି । ସମୟୋଚିତ ଚିହ୍ନଟ, ସଂକ୍ରମିତଙ୍କୁ ତୁରନ୍ତ ଅଲଗା କରିବା ଏବଂ ଉପଯୁକ୍ତ ଚିକିତ୍ସା ଫଳରେ ସଂକ୍ରମଣ ବ୍ୟାପିବାକୁ ହ୍ରାସ କରାଯାଇ ପାରିଛି।

ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣରେ ଲଗାମ କଷିବା ପାଇଁ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି ୩.୭ କୋଟିରେ ପହଞ୍ଚିଛି । ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୬୮,୨୭,୫୨୦ରେ ପହଞ୍ଚିଥିବା ସ୍ବ‌ାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାଣିବା ପାଇଁ ମିଳିଛି ।

No comments