Page Nav

HIDE

Grid

GRID_STYLE

Classic Header

Breaking News:

latest

ପ୍ରଶାସନ କୁ ଚିଠି ଲେଖିଲା ଆଇନ । ଖୋଲିବ କିଶ୍ରୀମନ୍ଦିର ରତ୍ନ ଭଣ୍ଡାର? ଦୁଇବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଅନେକ କସରତ ଚାଲିଥିଲା।ଯେଉଁଥି ପାଇଁ ଆଜି ...

ପ୍ରଶାସନ କୁ ଚିଠି ଲେଖିଲା ଆଇନ । ଖୋଲିବ କିଶ୍ରୀମନ୍ଦିର ରତ୍ନ ଭଣ୍ଡାର?



ଦୁଇବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଅନେକ କସରତ ଚାଲିଥିଲା।ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାରର ରହସ୍ୟ ଖୋଲି ପାରିଲାନି। ଏହା ଭିତରେ ତଦନ୍ତ କମିସନ୍‌ ବି ବସିଲା। କିନ୍ତୁ ଆଜି ସୁଦ୍ଧା ରିପୋର୍ଟ ସାମ୍ନାକୁ ଆସିପାରିଲାନି। ଠିକ୍ ଏମିତି ସମୟରେ ଗତ ୧୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ଆଇନ ବିଭାଗର ଚିଠି ଏହି ପ୍ରସଙ୍ଗକୁ ପୁନର୍ଜୀବିତ କରିଛି।

୨୦୧୯ ସେପ୍ଟେମ୍ବର ୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦିଲୀପ କୁମାର ବରାଳ ଓଡ଼ିଶା ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ୨୦୧୮ ଏପ୍ରିଲ ୪ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ସରକାରଙ୍କୁ ଅନୁମତି ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା। 

ଏହି ଘଟଣାର କିଛି ଦିନ ପରେ ତତ୍କାଳୀନ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବିର ନକଲ ରେକର୍ଡ଼ ରୁମରୁ ମିଳିଲା ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କଲେ। ଚାରିଆଡ଼ୁ ବିରୋଧର ସ୍ବର ଉଠିବା ପରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ କମିସନ୍‌ ଗଠନ କରାଗଲା। 

ଏଭଳି ପରିସ୍ଥିତିରେ ଭିତର ରତ୍ନଭଣ୍ଡାରର ସୁରକ୍ଷା ନେଇ ସେ ଚିନ୍ତାପ୍ରକଟ କରିଥିଲେ। ରାଜ୍ୟ ସରକାର, ଆଇନ ବିଭାଗ, ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ସେ ରାଜ୍ୟପାଳଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

No comments