Page Nav

HIDE

Grid

GRID_STYLE

Classic Header

Breaking News:

latest

ବଜେଟ୍‌ ପ୍ରକ୍ରିୟା ସ୍ବଚ୍ଛତାରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି । ଏଥିରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା ସୂଚନା ଦେଇଥିଲେ...

ବଜେଟ୍‌ ପ୍ରକ୍ରିୟା ସ୍ବଚ୍ଛତାରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି ।



ଏଥିରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା ସୂଚନା ଦେଇଥିଲେ ଯେ ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍ ଏହାର ବାର୍ଷିକ ସଂସ୍କରଣରେ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ସ୍ବଚଚ୍ଛତା ଅବଲମ୍ବନ କରୁଥିବା ରାଜ୍ୟଗୁଡ଼ିକର ତାଲିକାରେ ଓଡ଼ିଶାକୁ ତୃତୀୟ ସ୍ଥାନ ପ୍ରଦାନ କରାଯାଇଛି। ପ୍ରଥମ ସ୍ଥାନରେ ଆସାମ ଓ ଦ୍ବିତୀୟରେ ଆନ୍ଧ୍ର ପ୍ରଦେଶ ରହିଛି। 

ଆସାମ ୭୦ ରୢାଙ୍କିଙ୍ଗ୍‌ ପଏଣ୍ଟ୍‌ ପାଇଥିବା ବେଳେ ଆନ୍ଧ୍ର ୬୭ ଏବଂ ଓଡ଼ିଶା ୬୬ ରୢାଙ୍କିଙ୍ଗ୍‌ ପଏଣ୍ଟ୍‌ ପାଇଛି। ଶ୍ରେଷ୍ଠ ପାଞ୍ଚଟି ସ୍ଥାନରେ ଥିବା ଅନ୍ୟ ଦୁଇଟି ରାଜ୍ୟ ହେଉଛି ଝାଡ଼ଖଣ୍ଡ ଓ ବିହାର। ଝାଡ଼ଖଣ୍ଡ୍‌ର ରୢାଙ୍କିଙ୍ଗ୍‌ ପଏଣ୍ଟ୍‌ ୬୦ ଥିବା ବେଳେ ବିହାରର ୫୯ ରହିଛି।

କରୋନା ମହାମାରୀ ପୂର୍ବ ଓ ପରବର୍ତୀ ସମୟରେ ଅର୍ଥନୀତିର ସ୍ଥିତି କ’ଣ ରହିଛି ତାହାର ତୁଳନା କରିବା ଲାଗି କୃଷି, ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରକୁ ନେଇ ଏକ କମ୍ପୋଜିଟ୍ ସୂଚୀ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। 

କୃଷି, ମତ୍ସ୍ୟ ଚାଷ, ପଶୁପାଳନ, ଖଣି, ଜିଏସ୍‌ଟି, ମୋଟର ଯାନ ଟିକସ, ବିଦ୍ୟୁତ ବ୍ୟବହାର, ଅଣ ଜିଏସ୍‌ଟି ସାମଗ୍ରୀରେ ଭାଟ୍‌, ଅବକାରୀ ଟିକସ, ସୃଷ୍ଟି ହୋଇଥିବା ମନୁଷ୍ୟ ଦିବସ, ହ‌ାରାହାରି ବ୍ୟାଙ୍କ ଋଣ, ବେକାରୀ ହାର, ରାଜସ୍ବ ସ୍ଥିତି, ବିତତୀୟ ନିଅଣ୍ଟ/ବଳକା ଓ ଋଣ/ଜିଏସ୍‌ଡିପି ଅନୁପାତ ପାଇଁ ଏହି ସୂଚୀ ସାମିଲ କରିବାକୁ ସେ କହିଛନ୍ତି।

No comments