କୋହିଲ ଙ୍କ ଚେତାବନୀ । ନୀୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟନୁଷ୍ଟାନ । ଏହି ବୈଠକରେ କୋହଲି ନିଜ ସାଥୀ ଖେଳାଳିମାନଙ୍କୁ ୟୁଏଇ ସରକାରଙ୍କ ପକ୍ଷରୁ ଜାରି କରୋନା ନିୟମକ...
ଏହି ବୈଠକରେ କୋହଲି ନିଜ ସାଥୀ ଖେଳାଳିମାନଙ୍କୁ ୟୁଏଇ ସରକାରଙ୍କ ପକ୍ଷରୁ ଜାରି କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ମଧ୍ୟ ଅନୁରୋଧ କରିଥିଲେ।
ଅଭ୍ୟାସ ଆରମ୍ଭରୁ ହିଁ ଏହା ଉପରେ ଗୁରୁତ୍ବ ଦେବା ବୋଲି କୋହଲି କହିଛନ୍ତି। ଏହାର ଉଲ୍ଲଂଘନକୁ ଅତି ଗୁରୁତର ସହ ବିଚାର କରାଯିବ। ଉଲ୍ଲଂଘନକାରୀ ଖେଳାଳିଙ୍କୁ ବାଦ୍ ଦିଆଯିବ। ୭ ଦିନ ପାଇଁ ପୃଥକାବାସ ରହିବେ ଏବଂ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ପୁଣି ଦଳକୁ ଫେରିବେ ବୋଲି ଆରସିବିର କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ମାଇକ୍ ହେସନ୍ କହିଛନ୍ତି।
ଏଥିପାଇଁ ଆମେ ସମସ୍ତେ ଏହାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବା ବୋଲି କୋହଲି ଖେଳାଳିମାନଙ୍କୁ ଚେତାବନୀ ଦେଇ କହିଛନ୍ତି।
ସଂପ୍ରତି ଆର୍ସିବି ଖେଳାଳିମାନେ ୟୁଏଇରେ ପହଞ୍ଚିସାରିଛନ୍ତି ଏବଂ ୬ ଦିନିଆ କ୍ବାରେଣ୍ଟାଇନ୍ରେ ରହିଛନ୍ତି। ନିୟମାବଳୀ ଅନୁଯାୟୀ ଏହି ସମୟରେ ସେମାନଙ୍କ ୩ ଥର କରୋନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ଅଭ୍ୟାସ ପାଇଁ ଅନୁମତି ପାଇବେ।


No comments