ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ଗା ପୂଜା ଛୁଟି ଯାଏ ସ୍କୁଲ , କଲେଜ ବନ୍ଦ । ଭୁବନେଶ୍ୱର- ଦୁର୍ଗା ପୂଜା ଛୁଟି ଯାଏ ସ୍କୁଲ , କଲେଜ ବନ୍ଦ ରହିବ । ରାଜ୍ୟର କରୋନା ସ୍ଥିତ...
ଭୁବନେଶ୍ୱର- ଦୁର୍ଗା ପୂଜା ଛୁଟି ଯାଏ ସ୍କୁଲ , କଲେଜ ବନ୍ଦ ରହିବ । ରାଜ୍ୟର କରୋନା ସ୍ଥିତି ସମୀକ୍ଷା ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କରୋନା ମହାମାରୀ ଯୋଗୁଁ ଅନେକ ଦିନରୁ ସ୍କୁଲ୍ , କଲେଜ ବନ୍ଦ ରହିଛି । ପିଲାମାନେ ଘରେ ରହି ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି । ଦିନକୁ ଦିନ କରୋନା ସ୍ଥିତି ବଢୁଥିବା ରୁ କେବେ ସ୍କୁଲ୍ ଚାଲିବ , ସେନେଇ କିଛି ସ୍ପଷ୍ଟ ହୋଇନଥିଲା । ଅଭିଭାବକଙ୍କ ସହ ଛାତ୍ରଛାତ୍ରୀମାନେ କେବେ ସ୍କୁଲରେ ପଢ଼ା ଆରମ୍ଭ ସେନେଇ ଦ୍ୱନ୍ଦ୍ୱରେ ଥିଲେ । ହେଲେ ଏବେ କୋଭିଡ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପୂଜା ଛୁଟି ଯାଏ ସ୍କୁଲ , କଲେଜ ବନ୍ଦ ରହିବାକୁ ଘୋଷଣା କରିଛନ୍ତି ।
ସେପଟେ ରାଜ୍ୟ ସରକାର ପାଠ୍ୟକ୍ରମରୁ ୩୦ ପ୍ରତିଶତ ସିଲାବସ୍ କମାଇ ଦେଇଛନ୍ତି । କରୋନା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ ସିଲାବସ୍ SCERT, BSE ଓ CHSE ୱେବସାଇଟରେ ଏହା ଉପଲବ୍ଧ ହେବ । ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସିଲାବସ୍ କମାଯାଇଛି । ସ୍କୁଲ ଖୋଲିବା ନେଇ କେନ୍ଦ୍ରର ଗାଇଡ୍ ଲାଇନ୍ ଆସିବା ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପରିଲଖିତ ହୋଇଛି । କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । ଏସବୁ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମନ୍ତ୍ରୀ ସମୀର ଦାଶ।


No comments