Page Nav

HIDE

Grid

GRID_STYLE

Classic Header

Breaking News:

latest

ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ସରକାର ଯେଉଁ ଦୁଇ ପ୍ରସ୍ତାବ ଦେଇଥିଲେ ତାହାକୁ ପଶ୍ଚିମବଙ୍ଗ ପ୍ରତ୍ୟାଖ୍ୟାନ କରିଛି।  କରୋନା ମହାମାରୀକୁ ଆକ୍ଟ ଅଫ୍‌ ଗଡ୍‌ (ଭଗବ...

ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ସରକାର ଯେଉଁ ଦୁଇ ପ୍ରସ୍ତାବ ଦେଇଥିଲେ ତାହାକୁ ପଶ୍ଚିମବଙ୍ଗ ପ୍ରତ୍ୟାଖ୍ୟାନ କରିଛି। 



କରୋନା ମହାମାରୀକୁ ଆକ୍ଟ ଅଫ୍‌ ଗଡ୍‌ (ଭଗବାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟ) ଭାବେ ବର୍ଣ୍ଣନା କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ତାତ୍ସଲ୍ୟ କରି ସେ କହିଛନ୍ତି, ଭଗବାନଙ୍କ କାର୍ଯ୍ୟ କହି ରାଜ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଋଣ ବୋଝ ଲଦିବାକୁ ଚେଷ୍ଟା କରାଯାଉଛି।

 ଏହା ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟକୁ ନଷ୍ଟ କରିଦେବ। ସଂଘୀୟ ବ୍ୟବସ୍ଥାକୁ ଦଳିମକଚି ଦେବାକୁ ପ୍ରୟାସ ହେଉଛି। ଏହାକୁ ସେ କ୍ରୁର କେନ୍ଦ୍ରୀୟ ଶକ୍ତିର ଅଭ୍ୟୁଦୟ ଭାବେ ବର୍ଣ୍ଣନା କରିଛନ୍ତି।

ଏହି ପ୍ରସଙ୍ଗରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଧାରଣ କରିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ଉପରେ ବିଚାରବିମର୍ଶ ଚାଲିଛି ବୋଲି ସେ କହିଛନ୍ତି। ଏହା ଆକ୍ଟ ଅଫ୍‌ ଗଡ୍‌ ନୁହେଁ ବରଂ କେନ୍ଦ୍ରର ‘ଆକ୍ଟ ଅଫ୍‌ ଫ୍ରଡ୍‌ (କେନ୍ଦ୍ର ସୃଷ୍ଟ ଜାଲିଆତି)। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା କେନ୍ଦ୍ରର ଦାୟିତ୍ବ ବୋଲି ଗତ ମାର୍ଚ୍ଚ ୧୪ରେ ନିର୍ମଳା କହିଥିବା କଥାକୁ ସେ ମନେ ପକାଇ ଦେଇଛନ୍ତି।

କେନ୍ଦ୍ର ଚାହିଲେ ନୋଟ୍ ଛପାଇ ଋଣ ଶୁଝିପାରିବ। ମାତ୍ର ରାଜ୍ୟଗୁଡ଼ିକ ସେଭଳି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଅମିତ କହିଛନ୍ତି।

No comments