Page Nav

HIDE

Grid

GRID_STYLE

Classic Header

Breaking News:

latest

କରୋନା ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସଙ୍କଟ।

କରୋନା ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସଙ୍କଟ।  ନ୍ୟୁୟର୍କ ରେ, କରୋନା ଭାଇରସ ମହାମାରୀ ମହିଳାଙ୍କୁ ଅଧିକ ପ୍ରଭାବିତ କରିବ । ୨୦୨୧ ମସିହା ସୁଦ୍ଧା ୪.୭ କୋଟି ମହିଳା ଓ ଯ...

କରୋନା ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସଙ୍କଟ। 
ନ୍ୟୁୟର୍କ ରେ, କରୋନା ଭାଇରସ ମହାମାରୀ ମହିଳାଙ୍କୁ ଅଧିକ ପ୍ରଭାବିତ କରିବ । ୨୦୨୧ ମସିହା ସୁଦ୍ଧା ୪.୭ କୋଟି ମହିଳା ଓ ଯୁବତୀମାନେ ମହାମାରୀରେ ଆର୍ଥିକ ରୂପେ ଅଧିକ ପ୍ରଭାବିତ ହେବେ । ଜାତିସଂଘ ଦ୍ୱାରା ଜାରି ହୋଇଥିବା ଏକ ନୂଆ ଡାଟାରେ ଏମିତି କୁହାଯାଇଛି ।

ଜାତିସଂଘ ବିକାଶ କାର୍ଯ୍ୟକ୍ରମ(UNDP)ର ଏହି ନୂଆ ଆକଳନରେ କୁହାଯାଇଛି ଯେ କୋଭିଡ୍ ୧୯ ସଙ୍କଟ ମହିଳାଙ୍କ ଅଭାବ ବଢାଇଦେବ । ଏବଂ ଗରିବୀରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ଅନ୍ତର ବଢିଯିବ । ମହିଳାଙ୍କ ଗରିବୀ ଦର ୨୦୧୯ରୁ ୨୦୨୧ ମଧ୍ୟରେ ୨.୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ନେଇ ଆଶା କରାଯାଇଥିଲା କିନ୍ତୁ ମହାମାରୀରେ ଏହା ୯.୧ ପ୍ରତିଶତ ପର୍ଯ୍ୟନ୍ତ ବଢିବା ଆଶଙ୍କା ରହିଛି ।

ଜାତିସଂଘ କହିଛି, ‘ବୈଶିକ ମହାମାରୀ ୨୦୨୧ ସୁଦ୍ଧା ୯.୬ କୋଟି ଲୋକଙ୍କୁ ଦାରିଦ୍ର୍ୟର ଅନ୍ଧାରୀ କୂଅକୁ ଠେଲିଦେବ, ଯେଉଁଥିରେ ୪.୭ କୋଟି ମହିଳା ଓ ଯୁବତୀ ସାମିଲ ଥିବେ । ଏହି ସଙ୍କଟ, ବହୁତ ଅଭାବରେ ଚଳୁଥିବା ସମୁଦାୟ ମହିଳାଙ୍କ ସଂଖ୍ୟା ବୃଦ୍ଧି କରି ୪୩.୫ କୋଟି କରିବ । ଅନୁମାନ ଅନୁସାରେ ୨୦୩୦ ସୁଦ୍ଧା ମଧ୍ୟ ଏହାକୁ ସୁଧାରିହେବନି । ୨୦୨୧ ସୁଦ୍ଧା ଅତ୍ୟଧିକ ଦାରିଦ୍ର୍ୟରେ କାଳାତିପାତ କରୁଥିବା ୨୫ରୁ ୩୪ ବର୍ଷର ପୁରୁଷଙ୍କ ତୁଳନାରେ ୧୧୮ ମହିଳା ରହିବେ । ଏହା ୨୦୩୦ ସୁଦ୍ଧା ପ୍ରତି ୧୦୦ ପୁରୁଷରେ ୧୨୧ ମହିଳା ହୋଇଯିବେ ।’

No comments