Page Nav

HIDE

Grid

GRID_STYLE

Classic Header

Breaking News:

latest

iPhone ପାଇଁ ସୋନୁ ସୁଦ୍‌ଙ୍କୁ ୨୦ ଥର ଟ୍ବିଟ୍‌ କଲେ ଫ୍ୟାନ୍ସ, ମିଳିଲା ଉତ୍ତର ?

iPhone ପାଇଁ ସୋନୁ ସୁଦ୍‌ଙ୍କୁ ୨୦ ଥର ଟ୍ବିଟ୍‌ କଲେ ଫ୍ୟାନ୍ସ, ମିଳିଲା ଉତ୍ତର ?  ମୁମ୍ବାଇ ,‘ମୋତେ iPhone ଦରକାର… ମୁଁ ଆପଣଙ୍କୁ ଏହା ପୂର୍ବରୁ ୨୦ ଥର ଟ୍ବିଟ୍‌ କର...

iPhone ପାଇଁ ସୋନୁ ସୁଦ୍‌ଙ୍କୁ ୨୦ ଥର ଟ୍ବିଟ୍‌ କଲେ ଫ୍ୟାନ୍ସ, ମିଳିଲା ଉତ୍ତର ? 
ମୁମ୍ବାଇ ,‘ମୋତେ iPhone ଦରକାର… ମୁଁ ଆପଣଙ୍କୁ ଏହା ପୂର୍ବରୁ ୨୦ ଥର ଟ୍ବିଟ୍‌ କରିସାରିଛି.. ସୋସିଆଲ ମିଡ଼ିଆରେ ଜଣେ ଫ୍ୟାନ୍ସ ସୋନୁ ସୁଦ୍‌ଙ୍କୁ ଲେଖିଛନ୍ତି ଏମିତି । ଫ୍ୟାନ୍ସଙ୍କ ଏଭଳି ଦାବିକୁ ସୋନୁ ସୁଦ୍‌ ପୁରା ତ କରିପାରିଲେନି କିନ୍ତୁ ଏକ ମଜାଳିଆ ଜବାବ୍‌ ନିଶ୍ଚୟ ଦେଇଛନ୍ତି। ସୋନୁ କହିଛନ୍ତି କି, ‘ମୋତେ ବି ଗୋଟିଏ ଫୋନ୍‌ ଆବଶ୍ୟକ। ମୁଁ ବହୁ ଦିନ ଧରି ଅପେକ୍ଷା କରିଛି, ଏଥିପାଇଁ ମୁଁ ୨୧ ଥର ଟ୍ବିଟ୍‌ କରିପାରିବି…।’

ଅଭିନେତା ସୋନୁ ସୁଦ୍‌ କରୋନା ମହାମାରୀ ସମୟରେ ଅନେକ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ଓ ସହଯୋଗ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। କିନ୍ତୁ ଏଭଳି ସାହାଯ୍ୟ ଦେଖି କିଛି ଲୋକମାନେ ସୋନୁଙ୍କ ସହିତ ମସ୍ତି କରିବା ପାଇଁ ଚେଷ୍ଟା କରିଛନ୍ତି। କେହି କେହି ସୋନୁଙ୍କୁ ପ୍ଲେ ଷ୍ଟେସନ୍‌ ମାଗିଛନ୍ତି ତ କେହି ଗାଡ଼ି ମାଗିଛନ୍ତି। ଏବେ ତ ଜଣେ ଫ୍ୟାନ୍ସ ସିଧା ମୁହଁରେ iPhone ମାଗିଛନ୍ତି।


No comments