ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଟୁଇଟ୍ କରି ଦେଲେ ସୂଚନା ,ଅଙ୍ଗ ଦାନ କରିବାର ପାଇଁ। କରୋନା ଭାଇରସ୍ ପାଇଁ ହୋଇଥିବା ଲକଡାଉନ ବେଳେ ସେ ମହାରାଷ୍ଟ୍ରରେ ଫଶିଥିବା ୟୁପିର...
କରୋନା ଭାଇରସ୍ ପାଇଁ ହୋଇଥିବା ଲକଡାଉନ ବେଳେ ସେ ମହାରାଷ୍ଟ୍ରରେ ଫଶିଥିବା ୟୁପିର ପ୍ରବାସୀ ଶ୍ରମିକଙ୍କୁ ବିମାନ ଓ ବସ ଯୋଗେ ସୁରକ୍ଷିତ ତାଙ୍କ ଘରେ ପହଁଞ୍ଚାଇଥିଲେ। ଏବେ ବିଗ୍ ବି ବଡ ଧରଣର ନିଷ୍ପତ୍ତି ନେଇ ନିଜର ଅର୍ଗାନ(ଅଙ୍ଗ) ଦାନ କରିବାର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି।
ଅମିତାଭ ଏକ ଟୁଇଟ୍ କରିଛନ୍ତି। ଏହା ସହ ସେ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କୋଟ୍ କରି ଏକ ଛୋଟିଆ ଗ୍ରୀନ୍ କଲର ରିବନ୍ ମଧ୍ୟ ରହିଛି। ଏହି ଫଟୋକୁ ସେୟାର କରି ଅମିତାଭ ଲେଖିଛନ୍ତି, ମୁଁ ଅର୍ଗାନ ଡୋନର ହେବାର ଶପଥ ନେଇସାରିଛି। ମୁଁ ଏହି ଗ୍ରୀନ୍ ରିବନ୍ ଏହାର ପବିତ୍ରତା ପାଇଁ ପିନ୍ଧିଛି। ଅମିତାଭଙ୍କ ଏହି ଟୁଇଟ ଉପରେ ଉତ୍ତର ରଖି ଅନେକ ଲୋକ ନିଜେ ଅର୍ଗାନ ଡୋନର ହୋଇସାରିଥିବାର ସାର୍ଟିଫିକେଟ୍ ସେୟାର କରିଛନ୍ତି ଓ କହିଛନ୍ତି କିଭଳି ଭାବରେ ସେମାନେ ନିଜର ଅର୍ଗାନ ଡୋନେଟ୍ କରି ସାରିଛନ୍ତି। ଆଉ କିଛି ପ୍ରଶଂସକ ମଧ୍ୟ ଆଗକୁ ଅର୍ଗାନ ଡୋନର ହେବେ ବୋଲି କହିଛନ୍ତି।


No comments