Page Nav

HIDE

Grid

GRID_STYLE

Classic Header

Breaking News:

latest

COVID ଟିକା ବିକଶିତ କରି ଟ୍ରାଏଲ୍‌ ଜାରି ରଖିଛନ୍ତି । ଆଉ କେତେକ ଏହାର ଉପଯୋଗ କରିବାକୁ ବାହାରିଲେଣି ।

COVID ଟିକା ବିକଶିତ କରି ଟ୍ରାଏଲ୍‌ ଜାରି ରଖିଛନ୍ତି । ଆଉ କେତେକ ଏହାର ଉପଯୋଗ କରିବାକୁ ବାହାରିଲେଣି । ଅନେକ ଦେଶ ଟିକା ବିକଶିତ କରି ଟ୍ରାଏଲ୍‌ ଜାରି ରଖିଛନ୍ତି । ଆଉ...

COVID ଟିକା ବିକଶିତ କରି ଟ୍ରାଏଲ୍‌ ଜାରି ରଖିଛନ୍ତି । ଆଉ କେତେକ ଏହାର ଉପଯୋଗ କରିବାକୁ ବାହାରିଲେଣି ।

ଅନେକ ଦେଶ ଟିକା ବିକଶିତ କରି ଟ୍ରାଏଲ୍‌ ଜାରି ରଖିଛନ୍ତି । ଆଉ କେତେକ ଏହାର ଉପଯୋଗ କରିବାକୁ ବାହାରିଲେଣି । ଏଣୁ କୋଭିଡ-୧୯ ଭାକସିନ୍‌ର ଉପଯୁକ୍ତ ବଣ୍ଟନ ଓ ଟିକାକରଣ ପାଇଁ ଧାଁ ଦୌଡ଼ ଲାଗିରହିଛି ।  ସମ୍ଭାବ୍ୟ କୋଭିଡ୍ -୧୯ର ବିରୁଦ୍ଧରେ ଟିକାର ସଠିକ୍ ବଣ୍ଟନ ଏବଂ ଟିକାକରଣ  ମଧ୍ୟରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟିକା ନେବାକୁ ଇଚ୍ଛା କରିଛନ୍ତି। ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।

ରିପୋର୍ଟ ମୁତାବକ , ଏହି କରୋନା ଭାଇରସ୍ ନେଇ  ପୁତିନ୍‌  ପୁରା ନିରାପଦ ସଚେତନ ସହ ଦକ୍ଷିଣ କୋରିଆକୁ ଅଫିସିଆଲି ଯାତ୍ରା କରିବେ । ଦକ୍ଷିଣ କୋରିଆର ୟୋନହପ୍ ନ୍ୟୁଜ୍ ଏଜେନ୍ସି ସହ  ଏକ ସାକ୍ଷାତ୍‌କାରରେ ରୁଷିଆର ବିଦେଶମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି । ଦକ୍ଷିଣ କୋରିଆର ରାଷ୍ଟ୍ରପତି  ମୁନ୍‌ ଜାଇ-ଇନ୍‌ଙ୍କ ସହ ଫୋନ୍‌ ବାର୍ତ୍ତାଳାପରେ  ପୁଟିନ୍‌ କଥା ଦେଇଛନ୍ତି ଟିକା ନେବେ ଓ ସିଓଲ ଯାତ୍ରା କରିବେ।

ସେପଟେ କିନ୍ତୁ କ୍ରିସଲିନ୍ ପ୍ରତିନିଧି ଏହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। କହିଛନ୍ତି  ରାଷ୍ଟ୍ରପତି ଟିକା ନେବାକୁ କେବେ ଇଚ୍ଛା କରିଛନ୍ତି, ତାହା ସଠିକ୍‌ ଜଣାନାହିଁ। ଏହା ବି ହୋଇପାରେ ସେ  ୩ୟ କ୍ରିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟକୁ ଅପେକ୍ଷା କରିପାରନ୍ତି । ତେଣୁ ତାଙ୍କ ନିଜ ନିଷ୍ପତ୍ତି ସେ ନେବା ଯାଏ ଆମକୁ ଅପେକ୍ଷା କରିବାକୁ ହେବ ।

No comments