ଶୀତରେ କୋଭିଡ୍ ଅତି ଭୟଙ୍କର ରୂପ ଦେଖାଇବ। ଶୀତ ଋତୁରେ ଅଧିକ ଶ୍ବାସକ୍ରିୟା ସଂକ୍ରମଣ ହୋଇଥାଏ। ତେଣୁ ଏହି ସମୟରେ କୋଭିଡ୍ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋ...
ଶୀତ ଋତୁରେ ଅଧିକ ଶ୍ବାସକ୍ରିୟା ସଂକ୍ରମଣ ହୋଇଥାଏ। ତେଣୁ ଏହି ସମୟରେ କୋଭିଡ୍ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ଆକଳନ କରାଯାଉଛି। ନିତି ଆୟୋଗର ଜଣେ ସଦସ୍ୟ ଡ. ବିନୋଦ ପୌଲ୍ କହିଛନ୍ତି, ଆଗାମୀ ୨ରୁ ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଶୀତରେ ଅଧିକ ଭାଇରସ୍ ଏବଂ ସଂକ୍ରମଣ ହୋଇଥାଏ। ଆମକୁ ମଧ୍ୟ ଆଉ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ସମଗ୍ର ବିଶ୍ବ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖିବାକୁ ଯାଉଛି। ଋତୁ ପରିବର୍ତ୍ତନ ସୟ ଭାରତରେ ବି କରୋନାକୁ ନେଇ ଅତି ଭୟଙ୍କର ସ୍ଥିତି ଉପୁଯିବ ବୋଲି ପୌଲ୍ କହିଛନ୍ତି। ବିଶ୍ବରେ ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି। ତେଣୁ ଏହାକୁ ନଜରରେ ରଖି ଅଧିକ ଟେଷ୍ଟିଂ ବଢ଼ାଇବାକୁ ପଡ଼ିବ ବୋଲି ପୌଲ୍ କହିଛନ୍ତି।


No comments