ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।...
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାବ୍ୟତୀତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ଟ୍ରଫ୍ ଏବେ ଉତ୍ତରମୁହାଁ ହୋଇଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଆସନ୍ତା ୩ ଦିନ ଯଦି ଲଗାତାର ୫ମିମିରୁ ଅଧିକ ବର୍ଷା ହେବ, ତେବେ ମୌସୁମୀ ସକ୍ରିୟ ଥିବା ଧରାଯିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି। ସେ କହିଛନ୍ତି, ଗତ ୨୦ ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିଲା। କିନ୍ତୁ ଏବେ ମୌସୁମୀ ଟ୍ରଫ୍ ଧୀରେଧୀରେ ଉତ୍ତରମୁହାଁ ହେବାରେ ଲାଗିଛି।
ଏଥିସହ ରାଜ୍ୟର ବାକି ସମସ୍ତ ସ୍ଥାନରେ ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଝଡ଼ ତୋଫାନ ଜନିତ ବର୍ଷା ହୋଇଯାଇଛି। ସର୍ବାଧିକ ୩୨.୨ ମିମି ବର୍ଷା ଅନୁଗୁଳ ଜିଲ୍ଲା ରେଙ୍ଗାଲିରେ ହୋଇଛି। ମୟୂରଭଞ୍ଜ ଜିଲ୍ଲା ତିରିଂରେ ୨୬.୨ମିମି, ବୌଦ୍ଧ ଜିଲ୍ଲା ହାଡ଼ଭଙ୍ଗାରେ ୨୩.୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।


No comments