Page Nav

HIDE

Grid

GRID_STYLE

Classic Header

Breaking News:

latest

ଡବଲ ରୋଲ ସହ ପୁଣି ନଜର ଆସିବେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍ । ନିର୍ଦ୍ଦେଶକ ଏଟଲି କୁମାରଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବ। ଏଥି‌ରେ ଶାହର...

ଡବଲ ରୋଲ ସହ ପୁଣି ନଜର ଆସିବେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍ ।



ନିର୍ଦ୍ଦେଶକ ଏଟଲି କୁମାରଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବ। ଏଥି‌ରେ ଶାହରୁଖ୍‌ଙ୍କୁ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ମିଳିଥିବା ସୂଚନା ମୁତାବକ, ଏଟଲି ଓ ଶାହରୁଖ୍‌ ପ୍ରାୟ ୨ ବର୍ଷ ଧରି ଏକାଠି କାମ କରିବାକୁ ଆଲୋଚନା କରୁଥିଲେ।

ଏଥିରେ ଶାହରୁଖ୍‌ ଦୁଇଟି ବିପରୀତ ଚରିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରରେ ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏବଂ ଜଣେ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର କାହାଣୀ ଏହି ଦୁଇ ଚରିତ୍ରଙ୍କ ଉପରେ ପର୍ଯ୍ୟବସିତ ହେବ।

ସୂଚନା ଥାଉ କି, ଶାହରୁଖ୍‌ ପୂର୍ବରୁ ‘ଡୁପ୍ଲିକେଟ୍‌’, ‘ପହେଲି’ ଓ ‘ଫ୍ୟାନ୍‌’ରେ ଡବଲ ରୋଲ୍‌ କରିସାରିଛନ୍ତି। ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଶାହରୁଖ୍‌ ୩-୪ଟି ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି।

No comments