Page Nav

HIDE

Grid

GRID_STYLE

Classic Header

Breaking News:

latest

ସୀମାରେ ଉତ୍ତେଜନା ଗମ୍ଭୀର, ଯବାନଙ୍କ ଜୋଶ ହାଇ: ସେନାମୁଖ୍ୟ

ସୀମାରେ ସ୍ଥିତିକୁ ଅନୁଧ୍ୟାନ ପାଇଁ ଯାଇଥିବା ସେନାମୁଖ୍ୟ (Army Chief) ପରିସ୍ଥିତିକୁ ନେଇ ବେଶ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀ: ସୀମାରେ ସ୍ଥିତିକୁ ...

ସୀମାରେ ଉତ୍ତେଜନା ଗମ୍ଭୀର, ଯବାନଙ୍କ ଜୋଶ ହାଇ: ସେନାମୁଖ୍ୟ

ସୀମାରେ ସ୍ଥିତିକୁ ଅନୁଧ୍ୟାନ ପାଇଁ ଯାଇଥିବା ସେନାମୁଖ୍ୟ (Army Chief) ପରିସ୍ଥିତିକୁ ନେଇ ବେଶ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି।

ନୂଆଦିଲ୍ଲୀ: ସୀମାରେ ସ୍ଥିତିକୁ ଅନୁଧ୍ୟାନ ପାଇଁ ଯାଇଥିବା ସେନାମୁଖ୍ୟ (Army Chief) ପରିସ୍ଥିତିକୁ ନେଇ ବେଶ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସେନାମୁଖ୍ୟ ଏମଏମ ନରବଣେ (MM Naravane) ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ତେବେ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସୂଚନା ଦେଇଛନ୍ତି। ଆଜି ଏକ ସାକ୍ଷାତକାରରେ ସେନାମୁଖ୍ୟ (Army Chief) କହିଛନ୍ତି କି, ସ୍ଥିତି ବେଶ ସ୍ପର୍ଷକାତର ରହିଛି। କିନ୍ତୁ ଯବାନମାନଙ୍କ (Army) ଜୋଶ ବେଶ ହାଇ ରହିଛି। କୌଣସି ପରିସ୍ଥିତିକୁ ସେମାନେ ସକରାତ୍ମକ ଢଙ୍ଗରେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଗତକାଲି ଠାରୁ ଦୁଇ ଦିନିଆ ଗସ୍ତରେ ଲଦାଖ ଯାଇଛନ୍ତି ସେନାମୁଖ୍ୟ (Army Chief)। ଗତକାଲି ଠାରୁ ଯାଇ ଲଦାଖ (Ladakh) ର ବିଭିନ୍ନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି। ଏହାସହିତ ବିଭିନ୍ନ ଜୁନିଅର ଅଫିସରଙ୍କ ସହିତ ଆଲୋଚନା କରିଛି ବୋଲି ସେ କହିଛନ୍ତି। ଯବାନଙ୍କ ମନୋବଳ ଦୃଢ ରହିଛି। କୌଣସି ପରିସ୍ଥିତର ସାମ୍ନା କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଆମ ଦେଶର ଯବାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଶ୍ରେଷ୍ଠ ଯବାନ ବୋଲି କହିଛନ୍ତି। ସେହିପରି ସେ ଆହୁରି ମଧ୍ୟ କହିଛନ୍ତି କି, ଦେଶର ସ୍ଥିତି ବର୍ତ୍ତମାନ ବେଶ ସଂଗୀନ ତଥା ଚିନ୍ତାଜନକ ରହିଛି। ତଥାପି ଆମେ ଏହା ଉପରେ ବେଶ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି। ଆମର ସୁରକ୍ଷା ପାଇଁ ଆମକୁ କିଛି ପଦକ୍ଷେପ ଗ୍ରହଣ କରିବାକୁ ହେବ। ତେବେ ଆମେ ଖୁବଶୀଘ୍ର ସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରଚେଷ୍ଟା ଜାରି ରଖିଛୁ। 

ସୂଚନାଯୋଗ୍ୟ ଗତ ମାସ ୨୯ ଓ ୩୦ ତାରିଖରେ LACରେ ପୁଣି ଥରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଭାରତୀୟ ଯବାନଙ୍କ ପରାକ୍ରମ ଫଳରେ ଚୀନୀ ସେନା ପଛଘୁଞ୍ଚା ଦେଇଥିଲେ। ତେବେ ସୀମାରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ସୀମାରେ ସୁରକ୍ଷା ସ୍ଥିତି ଉପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ (Ajit Doval) ମଧ୍ୟ ଏହି ଆଲୋଚନା ଉପରେ ଦୃଷ୍ଟି ରଖିଥିବା ନେଇ ମଧ୍ୟ ସୂଚନା ରହିଛି। ସେହିପରି ଗତ ଦୁଇଦିନ ଧରି ସେନାମୁଖ୍ୟ ଏମଏମ ନରବଣେ (MM Naravane) ମଧ୍ୟ ସୀମାରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତିକୁ ଅନୁଧ୍ୟାନ କରିସାରିଛନ୍ତି। 

No comments