ଭରତ ର ଅନରୋଧ ରଖିଛି ରୁଷ ପାକିସ୍ତାନ କୁ ଦେବନି ଅସ୍ତ୍ର ଶସ୍ତ୍ର। ଭାରତର ଅନୁରୋଧକୁ ରକ୍ଷା କରି ରୁଷ୍ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଚାଲାଣ ନ କରିବା ନୀତି ଜାରି ରଖି...
ଭାରତର ଅନୁରୋଧକୁ ରକ୍ଷା କରି ରୁଷ୍ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଚାଲାଣ ନ କରିବା ନୀତି ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛି । ଗୁରୁବାର ସନ୍ଧ୍ୟାରେ ମସ୍କୋରେ ତାଙ୍କ ପ୍ରତିପକ୍ଷ ଜେନ ସର୍ଗି ଶୋଏଗୁଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସାକ୍ଷାତ ସମୟରେ ରୁଷ ନୀତିର ପୁନରାବୃତ୍ତି ପାଇଁ ଅନୁରୋଧ କରିଥିଲେ।
ମସ୍କୋରେ ଥିବା ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟରେ ଏହି ସାକ୍ଷାତ ହୋଇଥିବା ସୂଚନା ରହିଛି।
ଉଭୟ ବନ୍ଧୁ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ବଜାୟ ରଖିବାକୁ ଏହି ଦୁଇ ମନ୍ତ୍ରୀ ସାକ୍ଷାତ୍ କାଳରେ ଆଲୋଚନା କରିଥିଲେ।
ଏ ନେଇ ରାଜନାଥ ସିଂ ଏକ ଟ୍ବିଟ୍ କରି ଲେଖିଛନ୍ତି କି ‘ଆଜି ମସ୍କୋରେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗି ଶୋଏଗୁଙ୍କ ସହ ବୈଠକ ଫଳପ୍ରଦ ଥିଲା। ବୈଠକରେ ଆମେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ। ବିଶେଷ କରି ପ୍ରତିରକ୍ଷା ଓ ରଣନୈତିକ ସହଯୋଗକୁ କିପରି ଆହୁରି ଦୃଢ଼ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛୁ।’


No comments