Page Nav

HIDE

Grid

GRID_STYLE

Classic Header

Breaking News:

latest

ପବଜୀ ଓ ଟିକଟକ ସମେତ ୨୨୪ ଆପ୍ସ ବ୍ୟାନ୍ ହେବା ପରେ ଚୀନକୁ ୧.୫ ଲକ୍ଷ କୋଟି ଟଙ୍କାର ଝଟକା।

ପବଜୀ ଓ ଟିକଟକ ସମେତ ୨୨୪ ଆପ୍ସ ବ୍ୟାନ୍ ହେବା ପରେ ଚୀନକୁ ୧.୫ ଲକ୍ଷ କୋଟି ଟଙ୍କାର ଝଟକା।  ଭାରତ ସରକାର ନିକଟରେ ଅନେକ ଚାଇନିଜ୍ ଆପ୍ ବ୍ୟାନ୍ କରିଦେଇଛନ୍ତି । କୁହାଯାଉ...

ପବଜୀ ଓ ଟିକଟକ ସମେତ ୨୨୪ ଆପ୍ସ ବ୍ୟାନ୍ ହେବା ପରେ ଚୀନକୁ ୧.୫ ଲକ୍ଷ କୋଟି ଟଙ୍କାର ଝଟକା। 
ଭାରତ ସରକାର ନିକଟରେ ଅନେକ ଚାଇନିଜ୍ ଆପ୍ ବ୍ୟାନ୍ କରିଦେଇଛନ୍ତି । କୁହାଯାଉଛି ଏହି ଚାଇନିଜ୍ ଆପ୍ସ ଭାରତୀୟଙ୍କଠାରୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧,୪୬,୬୦୦ କୋଟି ଟଙ୍କାର ବାର୍ଷିକ ଆୟ କରୁଥିଲେ । କେବଳ ଗୋଟିଏ ଆପ୍ ପବଜୀ ବନ୍ଦ ହେବା ଯୋଗୁଁ ଚାଇନିଜ୍ କମ୍ପାନୀ ୧୦୦ ମିଲିୟନ୍ ଡଲାର କ୍ଷତି ସହିବ ।କାଉଣ୍ଟରପଏଣ୍ଟର ରିସର୍ଚ୍ଚର ସିନିୟର ଆନାଲିଷ୍ଟ ପାଭେଲ୍ ନାଇୟାଙ୍କ ଅନୁସାରେ ଭାରତ ସରକାର ଲଗାର ଅନେକ ଚାଇନିଜ୍ ଆପ୍ସ ବ୍ୟାନ୍ କରିଦେଲେ । ଏହି ଆପ୍ସ ଜରିଆରେ ଚାଇନିଜ୍ କମ୍ପାନୀ ଭାରତୀୟ ୟୁଜର୍ସଙ୍କଠାରୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ ବାର୍ଷିକ ଆୟ କରୁଥିଲେ । ତେବେ ପବଜୀ ଦେଶ ହିସାବରେ ଆୟର କୌଣସି ଆକଳନ ଜାରି କରେନି, କିନ୍ତୁ ଅନୁମାନ ଅନୁସାରେ ପବଜୀ ଭାରତୀୟ ୟୁଜର୍ସଙ୍କଠାରୁ ୮୦ରୁ ୧୦୦ ମିଲିୟନ୍ ଡଲାର ବାର୍ଷିକ ଆୟ କରୁଥିଲା ।

ତେବେ ଏହି ରାଜସ୍ୱ ଆକ୍ଟିଭ୍ ୟୁଜର୍ସଙ୍କ ଉପରେ ନିର୍ଭର କରେ । ଇଣ୍ଡଷ୍ଟ୍ରୀର ସୂଚନା ଅନୁସାରେ ପବଜୀରେ ଭାରତୀୟ ୟୁଜର୍ସଙ୍କ ଭାଗିଦାରୀ ୫ ପ୍ରତିଶତରୁ ମଧ୍ୟ କମ୍ ଥିଲା । ଭାରତ ରେଭିନ୍ୟୁ ଭାଗିଦାରୀ ମାମଲାରେ ପବଜୀକୁ ଅଧିକ ଯୋଗଦାନ ଦେଉଥିବା ଦେଶ ନୁହେଁ । କିନ୍ତୁ ଭାରତରେ ବଡ ସଂଖ୍ୟାରେ ପବଜୀ ୟୁଜର୍ସ ଥିଲେ ଯାହା କି କମ୍ପାନୀ ପାଇଁ ଭବିଷ୍ୟତରେ ଭଲ ଆସେଟ୍ସ ହୋଇପାରିଥାନ୍ତା ।ଭାରତରେ ନିଶ୍ଚିତ ରୂପେ ଆପ୍ସର ଡାଉନଲୋଡ୍ ଓ ସକ୍ରିୟତା ଯୋଗୁଁ କମ୍ପାନୀକୁ ପ୍ରତି ମାସରେ ଭଲ ଆୟ ହେଉଥିଲା । ଆମେରିକା, ଜାପାନ, ଚୀନ୍ ଓ ସାଉଥ୍ କୋରିଆ ତୁଳନାରେ ଭାରତରେ ଗେମିଂରୁ ରେଭିନ୍ୟୁ ବହୁତ କମ୍ । ଗେମିଂ ରେଭିନ୍ୟୁରେ ଭାରତ ଶୀର୍ଷ ୧୦ ଦେଶ ଭିତରେ ଆସେନି । କିନ୍ତୁ କାନାଡା, ଇଟଲୀ ଓ ସ୍ପେନରେ ୩୦-୫୦ ମିଲିୟନ୍ ୟୁଜର୍ସ ପ୍ରାୟ ୨.୬ ବିଲିୟନ୍ ଡଲାର୍ ଆୟ କରନ୍ତି । ଭାରତର ପ୍ରାୟ ୩୦୦ ମିଲିୟନ୍ ଅନଲାଇନ୍ ଗେମ ଖେଳୁଥିବା ଲୋକଙ୍କ ମଧ୍ୟରେ ୮୫ ପ୍ରତିଶତ ମୋବାଇଲ୍ ଗେମର୍ସ ଅଟନ୍ତି ।

No comments